ନୂଆଦିଲ୍ଲୀ, ୧୧|୦୮:କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଓ ଇଡି ପରେ ଆୟକର ବିଭାଗ ବି ଆକ୍ସନ ମୋଡକୁ ଆସିଯାଇଛି । ପଶ୍ଚିମବଙ୍ଗ ପରେ ମହାରାଷ୍ଟରରେ ଆୟକର ବିଭାଗ ଚଢଉ କରିଛି । ମହାରାଷ୍ଟ୍ରର ଜାଲନାରେ ଆୟକର ବିଭାର ଜଣେ ଷ୍ଟିଲ୍ ଓ ପୋଷାକ ତଥା ରିଅଲ ଇଷ୍ଟେଟ୍ ବ୍ୟବସାୟୀଙ୍କ ଘରେ ଚଢଉ କରିଛି । ଏଥିରେ ବିପୁଳ ପରିମାଣରେ ବେଆଇନ ସମ୍ପତ୍ତି ଜବତ ହୋଇଛି । ପ୍ରାୟ ୩୯୦ କୋଟିର ବେନାମୀ ସମ୍ପତ୍ତିକୁ ଆୟକର ବିଭାଗ ଜବତ କରିଥିବା ବେଳେ ଏଥିରେ ୫୮ କୋଟି କ୍ୟାଶ ଓ ୩୨ କେଜି ସୁନା ତଥା ଅନ୍ୟ କାଗଜପତ୍ର ରହିଛି । ଚଢଉ ବେଳେ ଜବତ ନଗଦ ଟଙ୍କାକୁ ଗଣିବା ପାଇଁ ବିଭାଗକୁ ୧୩ ଘଣ୍ଟା ସମୟ ଲାଗିଥିଲା । ଏହି କାର୍ଯ୍ୟାନୁଷ୍ଠାନ ଅଗଷ୍ଟ ୧ରୁ ୮ ମଧ୍ୟରେ ଚାଲିଥିଲା । ବିଭାଗର ନାସିକ କାର୍ଯ୍ୟାଳୟ ଏହି ଚଢଉ କରଥିବା ବେଳେ ୨୬୦ କର୍ମଚାରୀ ସାମିଲ ଥିଲେ । ୫ଟି ଟିମରେ ସେମାନେ ଚଢଉ କରିଥିଲେ ।
୫୮ କୋଟି ଟଙ୍କା, ୩୨ କେଜି ସୁନା : ବ୍ୟବସାୟୀଙ୍କ ଘରେ ଆୟକର ଚଢଉ, ମିଳିଲା ୩୯୦ କୋଟିର ବେନାମି ସମ୍ପତ୍ତି

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ