Headlines Odisha Tv

An Odia News Portal

୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*

୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ- ଗତକିଛି ଦିନ ତଳେ ପୋଲିସ ପ୍ରଶାସନ ପକ୍ଷରୁ ଗ୍ରୀନକ୍ଲୀନ ଅପରେସନ ଆରମ୍ଭ କରି ବୈପାରିଗୁଡ଼ା ଥାନା ଅଧୀନସ୍ଥ ଜି. ମାଝିଗୁଡ଼ା ଅଞ୍ଚଳରେ ଗଞ୍ଜେଇ ଚାଷ କାଟିପୋଡ଼ି ନଷ୍ଟ କରାଯାଇଥିବା ବେଳେ ଆଜି ପୁଣି ସେହି ଅଞ୍ଚଳରେ ୫୧ ଏକର ଗଞ୍ଜେଇ ଚାଷ ଉପରେ ଚଢ଼ାଉ କରିଛି ପୋଲିସ । ସୂଚନା ଅନୁଯାୟୀ ବୈପାରିଗୁଡ଼ା ଥାନା ଅଧିନସ୍ଥ ଜି. ମାଝିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ତଥା ଉପର ଟିକ୍ରା ପଡ଼ା , ତଳ ଟିକ୍ରା ପଡ଼ା ଓ ରାଙ୍ଗିନି ଗୁଡ଼ା ଅଞ୍ଚଳରେ ବେଆଇନ ଭାବେ ଗଞ୍ଜେଇ ଚାଷ କରିଥିବା ନେଇ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଜୟପୁର ଏସଡିପିଓ ଅଙ୍କିତ କୁମାର ବର୍ମାଙ୍କ ତତ୍ତାବଧନରେ ବୈପାରିଗୁଡ଼ା ଥାନା ଅଧିକାରୀ ଦୀପାଞ୍ଜଳୀ ପ୍ରଧାନ , ପୋଲିସ କର୍ମଚାରୀ , ନନ୍ଦପୁର ଅବକାରୀ ବିଭାଗୀୟ ଅଧିକାରୀ ଅନ୍ନପୂର୍ଣ୍ଣା ରଥ ସମେତ ଡିଭିଏଫ ଟିମ ମିଲିତରେ ଲଗାଯାଇଥିବା ଗଞ୍ଜେଇ ଗଛ ଚାଷ ଉପରେ ଆଜି ଚଢ଼ାଉ କରି ସମ୍ପୂର୍ଣ ଭାବେ କାଟିପୋଡ଼ି ନଷ୍ଟ କରିଥିବା ଜଣା ପଡ଼ିଛି। ଏହି ଚଡ଼ାଉ ବେଳେ ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ଝାଡ଼େଶ୍ୱର୍ ସୌରାଙ୍କ ଉପସ୍ଥିତ ରହିଥିବା ବେଳେ ପ୍ରାୟ ୫୧ ଏକର ଗଞ୍ଜେଇ ଚାଷ ତଥା ୫୦,୬୦୦ ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଥିବା ନେଇ ବୈପାରିଗୁଡ଼ା ଥାନା ଅଧିକାରୀ ଦିପାଞ୍ଜଳୀ ପ୍ରଦାନ ସୂଚନା ଦେଇଛନ୍ତି।
ସ୍ଥାନ :- ବୈପାରିଗୁଡ଼ା