ଇସ୍ତାନବୁଲ, ଅକ୍ଟୋବର ୨୪ : ତୁର୍କୀ ଘରୋଇ ମାମଲାରେ ହସ୍ତକ୍ଷେପ ଦେବା ମାମଲାକୁ ନେଇ ଆମେରିକା, ଫ୍ରାନ୍ସ ଓ କାନାଡା ସମେତ ୧୦ଟି ଦେଶର ରାଜଦୂତଙ୍କୁ ନିଜ ଦେଶରୁ ବାହାର କରିଛି। ତୁକୀର ବିଦେଶ ମନ୍ତ୍ରାଳୟ ଏହି ଦେଶଗୁଡ଼ିକର ରାଜଦୂତଙ୍କୁ ପରସେନା ନନ ଗ୍ରୋଟା ଘୋଷିତ କରିଛି। ଏହାର ଅର୍ଥ ରାଜଦୂତ ତୁର୍କୀ ପାଇଁ ଏବେ ଅବାଂଛିତ ବ୍ୟକ୍ତି ହୋଇଯାଇଛନ୍ତି। କାନାଡା, ଡେନମାର୍କ, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡ, ନରୱେ, ସୁଇଡେନ, ପାଲେଷ୍ଟାଇନ, ନ୍ୟୁଜିଲାଣ୍ଡ ଓ ସଂଯୁକ୍ତ ରାଷ୍ଟ୍ର ଆମେରିକାର ରାଜଦୂତମାନେ ୪୮ରୁ ୭୨ ଘଣ୍ଟା ମଧ୍ୟରେ ତୁର୍କୀ ସୀମାରୁ ବାହାରି ଯିବାକୁ ହେବ। ସାଧାରଣତଃ କୌଣସି ଦେଶ ରାଜଦୂତଙ୍କୁ ନୁହେଁ, ବରଂ ଅନ୍ୟ କୁଟନୀତିଜ୍ଞଙ୍କୁ ବାହାର କରିଦେଇଥାଏ।
ତୁର୍କୀର ରାଷ୍ଟ୍ରପତି ରେସେପ ଏର୍ଦୋଗନ ଶନିବାର କହିଛନ୍ତି ଯେ, ସେ ବିଦେଶ ମନ୍ତ୍ରାଳୟ ସାମାଜିକ କର୍ମୀ ଉସମାନ କବଲାଙ୍କ ମୁକ୍ତିର ସମର୍ଥନ କରୁଥିବା ପାଶ୍ଚ୍ୟାତ ଦେଶର ୧୦ ଜଣ କୁଟନୀତଜିଜ୍ଞଙ୍କୁ ବାହାର କରିବା ପାଇଁ ଆଦେଶ ଦେଇଛନ୍ତି। କବଲା ୪ ବର୍ଷ ହେବ ଜେଲରେ ଅଛନ୍ତି। ତାଙ୍କରି ଉପରେ ୨୦୧୩ରେ ଦେଶବ୍ୟାପୀ ବିରୋଧୀ ପ୍ରଦର୍ଶନ ହୋଇଥିଲା। ତାଙ୍କ ନାଁରେ ବେଆଇନ ଅର୍ଥଯୋଗାଣ ଅଭିଯୋଗ ରହିଛି।
More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ