ନୂଆଦିଲ୍ଲୀ ୧୫/୦୬: ମଙ୍କିପକ୍ସକୁ ନେଇ ସାରା ବିଶ୍ବରେ ବଢୁଛି ଚିନ୍ତା । ମଙ୍କିପକ୍ସକୁ ହେଲ୍ ଥ ଏମର୍ଜେନ୍ସି ଘୋଷଣା କରିପାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, WHO। ମଙ୍କିପକ୍ସକୁ ହେଲ୍ ଥ ଏମର୍ଜେନ୍ସି ଘୋଷଣା ସଂପର୍କରେ ଆସନ୍ତା ୨୩ ତାରିଖରେ ଜରୁରୀ ବୈଠକ ଡାକ୍ତିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ମଙ୍କିପକ୍ସକୁ ଚିନ୍ତାଜନକ ବୋଲି କହିଛନ୍ତି WHO ମୁଖ୍ୟ । ୨୦୨୦ ଜାନୁଆରୀ ୩୦ରେ କରୋନାକୁ ହେଲଥ ଏମର୍ଜେନ୍ସି ଭାବେ ଘାେଷଣା କରିଥିଲା WHO । ବ୍ରିଟେନରୁ ଏଯାଏ ୪୭୦ ମଙ୍କିପକ୍ସ ରୋଗୀ ଚିହ୍ନଟ ହେଲେଣି । ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ପୁରୁଷ । ଗତ ସପ୍ତାହରେ WHO ସୂଚନା ଦେଇଥିଲା ଯେ ଏଯାଏ ୨୮ ଦେଶରୁ ୧୨୮୫ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବ୍ରିଟେନ୍ ପରେ ସ୍ପେନ୍, ଜର୍ମାନ ଏବଂ କାନଡାରୁ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି.
୩୯ ଦେଶରେ ମାତିଲା ମଙ୍କିପକ୍ସ, ଘୋଷଣା ହୋଇପାରେ ଜରୁରୀକାଳୀନ ପରିସ୍ଥିତି !

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଆଜିଠାରୁ ଦୁଗ୍ଧ ଦର ଲିଟର୍ପିଛା ୩ ଟଙ୍କା ବୃଦ୍ଧି କଲା ‘ଅମୂଲ’