ତିରୁବନନ୍ତପୁରମ୍: ଆଜି କେରଳସ୍ଥିତ ସାବରିମାଲା ମନ୍ଦିରର ବାର୍ଷିକ ତୀର୍ଥଯାତ୍ରା ସମୟ ଶେଷ ହେଉଥିବା ବେଳେ ଚଳିତ ବର୍ଷ ମନ୍ଦିର ୩୨୦ କୋଟି ଟଙ୍କା ଆୟ କରି ରେକର୍ଡ କରିଥିବା କଥା ମନ୍ଦିର ବୋର୍ଡର ଜଣେ ବରିଷ୍ଠ ଅଧିକାରୀ ଗୁରୁବାର ଦିନ କହିଛନ୍ତି। ଜାନୁଆରି ୧୪ ତାରିଖ ସୁଦ୍ଧା ଉପରୋକ୍ତ ଅର୍ଥ ଉପାର୍ଜିତ ହୋଇଥିବା କଥା ସେ ସୂଚନା ଦେଇଛନ୍ତି। ପୂର୍ବରୁ ୨୦୧୮ରେ ସର୍ବାଧିକ ୨୬୦ କୋଟି ଟଙ୍କା ଆୟ ହୋଇଥିବା ରେକର୍ଡ କରାଯାଇଥିଲା।କିନ୍ତୁ, ୨ ବର୍ଷର ମହାମାରୀ କଟକଣା ଅବସାନ ଘଟିବା ପରେ ଚଳିତ ବର୍ଷ ବହୁ ଯାତ୍ରୀଙ୍କ ଆଗମନ ହେତୁ ମନ୍ଦିର ଆୟ ସର୍ବକାଳୀନ ରେକର୍ଡ ଭଙ୍ଗ କରିଥିବା କଥା ‘ତ୍ରାବଣକୋର୍ ଦେବସ୍ବୋମ ବୋର୍ଡ’ର (ଟିଡିବି) ପରିସଂଖ୍ୟନରୁ ଜଣାପଡ଼ିଛି। ‘ଟିଡିବି’ ମନ୍ଦିରର ଦୈନନ୍ଦିନ କାର୍ଯ୍ୟ ପରିଚାଳନା କରେ।
୩୨୦ କୋଟି ଟଙ୍କା ଆୟ କରି ରେକର୍ଡ କଲା ସାବରିମାଲା ମନ୍ଦିର

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ