ଭୁବନେଶ୍ୱର, ଡିସେମ୍ବର ୧୮: ଖସୁଛି ପାରଦ, ବଢୁଛି ଶୀତ । ଫଳରେ ଜାଡରେ ଥରୁଛି ସାରା ଓଡିଶା । ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହିତ ଯୋଗୁଁ ଶୀତ ବୃଦ୍ଧି ପାଇଛି । ରାଜ୍ୟର ୯ଟି ସ୍ଥାନରେ ରାତିର ତାପମାତ୍ରା ୧୧ ଡିଗ୍ରୀ ତଳେ ରହିଛି । ସେହିପରି ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଶନିବାର ଠାରୁ ୨୫ ତାରିଖ ଯାଏ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ । ଆସନ୍ତା ୪ରୁ ୫ ଦିନ ଯାଏଁ ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରିଛି । ଗତ ୩ ଦିନ ହେଲା ଶୀତରେ ଥରୁଛି କନ୍ଧମାଳ ଜିଲ୍ଲା । ବିଭିନ୍ନ ସ୍ଥାନରେ ସକାଳ ୯ଟା ଯାଏ ଘନ କୁହୁଡି ଲାଗି ରହୁଛି । ଘନ କୁହୁଡି ଫଳରେ ଗାଡି ଚଳାଚଳରେ ବାଧା ଉପୁଜୁଛି । ସଞ୍ଜ ନଇଁଲେ ରାସ୍ତାଘାଟ ଜନଶୂନ୍ୟ ହୋଇପଡୁଛି । ଥଣ୍ଡା ସାଙ୍ଗକୁ ଘନ କୁହୁଡି ଜନଜୀବନକୁ ପୂରା ଅସ୍ତବ୍ୟସ୍ତ କରିଦେଇଛି । ତେବେ ଟ୍ୱିନ୍ ସିଟିରେ ମଧ୍ୟ ପାରଦ ଖସିବାରେ ଲାଗିଛି । ଗତକାଲି ରାଜଧାନୀ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୨.୨ ଡିଗ୍ରୀ, କଟକରେ ୧୨ ଡିଗ୍ରୀ ରେକର୍ଡ କରାଯାଇଛି ।
୨୫ ତାରିଖ ଯାଏଁ ଜାରି ରହିବ ହାଡଥରା ଶୀତ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ