Headlines Odisha Tv

An Odia News Portal

୨୩ରୁ ଆହୁରି ଥରିବେ ଲୋକେ

ଭୁବନେଶ୍ୱର ୨୨।୧୧ : ଆସନ୍ତା ୨୩ ତାରିଖରୁ ରାଜ୍ୟରେ ପୁଣି ପାରଦ ଖସିବ । ରାତି ତାପମାତ୍ରା ପ୍ରାୟ ୩ରୁ ୪ ଡିଗ୍ରୀ କମିଯିବ । ଏବେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ହୋଇଥିବା ଅବପାତ ପ୍ରଭାବରେ ରାଜ୍ୟରେ ଶୀତ ସାମାନ୍ୟ କମିଛି । ଆଗକୁ ପୁଣି ଥଣ୍ଡା ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ ପୂର୍ବାନୁମାନ କରିଛନ୍ତି । ବଙ୍ଗୋପସାଗରରେ ଅବପାତ ପ୍ରଭାବରେ ରାଜ୍ୟକୁ ଜଳୀୟବାଷ୍ପ ପ୍ରବେଶ କରିଛି । ଏଥିପାଇଁ ତାପମାତ୍ରା ବଢ଼ିଛି । ଦୁଇ ଦିନ ପରେ ଏହା ପୁଣି ଖସିବ ବୋଲି ସେ କହିଛନ୍ତି । ସେହିଭଳି କୋରାପୁଟରେ ଆଜି ସକାଳୁ ହାଲୁକା ବର୍ଷା ହୋଇଛି । ମଙ୍ଗଳବାର ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଭଳି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ସମ୍ଭାବନା ଅଛି । ସୋମବାର ସୁନ୍ଦରଗଡ଼ କିରେଇରେ ସବୁଠୁ କମ୍‌ ତାପମାତ୍ରା ରେକର୍ଡ ହୋଇଛି । ଏଠାରେ ପାରଦ ୯.୨ ଡିଗ୍ରୀ ରହିଥିଲା । ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ, କୋରାପୁଟରେ ୧୧.୨, ଫୁଲବାଣୀରେ ୧୨.୨, ଦାରିଙ୍ଗିବାଡ଼ିରେ ୧୨.୫ ଓ ସୁନ୍ଦରଗଡ଼ରେ ୧୩ ଡିଗ୍ରୀ ରହିଥିଲା ।

You may have missed

1 min read
1 min read