ଭୁବନେଶ୍ୱର ୦୮।୦୯ : ୨୦୨୩ ହକି ବିଶ୍ୱକପ୍ ପାଇଁ ଖେଳସୂଚୀ ଘୋଷିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ହକି ବିଶ୍ୱକପ୍ର ଖେଳସୂଚୀ ଜାରି କରାଯାଇଛି । ଏହି ଅବସରରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଏଫ୍ଆଇଏଚ୍ର କାର୍ଯ୍ୟକାରୀ ସଭାପତି ସୈଫ ଅହମ୍ମଦ ଓ ସଦସ୍ୟମାନେ ଉପସ୍ଥିତ ରହିଥିଲେ । ତେବେ ୨୦୨୩ ହକି ବିଶ୍ୱକପ୍ରେ ୪ଟି ପୁଲ୍ରେ ଖେଳିବେ ୧୬ଟି ଟିମ୍ । ପୁଲ୍ ଏରେ- ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା ଥିବା ବେଳେ ପୁଲ୍ ବି-ବେଲ୍ଜିୟମ୍, ଜର୍ମାନୀ, କୋରିଆ, ଜାପାନ ରହିଛନ୍ତି । ସେହିପରି ପୁଲ୍ ସିରେ ନେଦରଲ୍ୟାଣ୍ଡ, ନ୍ୟୁଜିଲାଣ୍ଡ. ମାଲେସିଆ, ଚିଲି ରହିଥିବା ବେଳେ ପୁଲ୍ ଡିରେ ଭାରତ, ଇଂଲଣ୍ଡ, ସ୍ପେନ୍ ଓ ଓ୍ୱେଲ୍ସ ରହିଛନ୍ତି ।
୨୦୨୩ ହକି ବିଶ୍ୱକପ୍ ପାଇଁ ଖେଳସୂଚୀ ଘୋଷଣା

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ