ଭୁବନେଶ୍ବର: ଏସଟିଏଫ ପକ୍ଷରୁ ୨୦୨୨ର ବାର୍ଷିକ ରିପୋର୍ଟ ପ୍ରକାଶ ପାଇଛି। ୨୦୨୨ରେ ଏସଟିଏଫ ୭୫ଟି ମାମଲାରେ ମୋଟ୍ ୧୩୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏମାନଙ୍କ ଭିତରେ ଅନ୍ୟ ୭ ରାଜ୍ୟର ୧୪ ଅପରାଧୀ ଥିବା ଜଣାଯାଇଛି। ଏନେଇ ଏସଟିଏଫ ଆଇଜି ଜୟ ନାରାୟଣ ପଙ୍କଜ ସୂଚନା ଦେଇଛନ୍ତି। ତାଙ୍କ ପ୍ରଦତ୍ତ ସୂଚନା ଅନୁଯାୟୀ, ଏନଡିପିଏସର ୨୭ଟି ମାମଲାରେ ୨୨ କୋଟିର ବ୍ରାଉନସୁଗାର, ୨୫୨୪ କେଜି ଗଞ୍ଜେଇ , ୨୦୨ ଗ୍ରାମ୍ କୋକେନ, ୫୧୭ ଗ୍ରାମ ଅଫିମ ଏବଂ ୬୫ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି। ଏହି ମାମଲାରେ ୧୩ କୋଟି ଟଙ୍କାର ସମ୍ପତ୍ତି ବ୍ୟାଜ୍ୟାପ୍ତି କରାଯିବା ସହିତ ଜବତ ୨୩ କୋଟିର ବ୍ରାଉନସୁଗାର ନଷ୍ଟ ହୋଇଛି। ଠିକ୍ ସେହିପରି ୫୫ କ୍ୱିଣ୍ଟାଲ ଗଞ୍ଜେଇ ନଷ୍ଟ କରାଯାଇଛି। ସେହିଭଳି ବନ୍ୟ ପ୍ରାଣୀ ଅପରାଧରେ ଏସଟିଏଫରେ ୩୧ଟି ମାମଲା ହୋଇଛି। ଏଥିରେ ୧୪ଟି କଲରା ପତରିଆ ବାଘ, ଗୋଟିଏ ମହାବଳ ବାଘ, ୯ଟି ବଜ୍ରକାପ୍ତା, ୨୨ କେଜି ବଜ୍ରକାପ୍ତା କାତି, ୧୪ଟି ହାତୀଦାନ୍ତ, ୨ଟି କଲରାପତରିଆ ଦାନ୍ତ, ୨୯ଟି ବାଘ ନଖ ଓ ୪୬ଟି ଜୀବନ୍ତ ଶୁଆ ଜବତ କରାଯାଇଛି। ୩ଟି ମାମଲାରେ ୧୪ଟି ମାରଣାସ୍ତ୍ର ଜବତ କରାଯିବା ସହ ୬୦ଟି ଜୀବନ୍ତ ଗୁଳି ଓ ୮ଟି ମାଗାଜିନ ଜବତ ହୋଇଛି।
୨୦୨୨ରେ ୨୨ କୋଟିର ବ୍ରାଉନସୁଗାର ଜବତ କରିଛି ଏସଟିଏଫ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ