ନୂଆଦିଲ୍ଲୀ, ଡିସେମ୍ବର ୨୩ : ସରକାର ବୁଧବାର ସଂସଦରେ କହିଛନ୍ତି ଯେ, ଗତବର୍ଷ ଅର୍ଥାତ ୨୦୨୦ରେ ଏକ୍ସପ୍ରେସ୍ ୱେ ସହିତ ଜାତୀୟ ରାଜପଥ ଗୁଡ଼ିକରେ ମୋଟ ୧ ଲକ୍ଷ ୧୬ ହଜାର ୪୯୬ଟି ଦୁର୍ଘଟଣା ଘଟିଛି, ଯେଉଁଥିରେ କି ୪୭ ହଜାର ୯୮୪ ଜଣଙ୍କର ମୃତ୍ୟୁ ହୋଇଛି। ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଲିଖତ ଜବାବରେ ରାଜ୍ୟସଭାରେ ଏହି ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ୨୦୧୯ରେ ଏକ୍ସପ୍ରେସ୍ ୱେ ସମେତ ଜାତୀୟ ରାଜପଥରେ ମୋଟ ୧ ଲକ୍ଷ ଲ୩୭ ହଜାର ୧୯୧ଟି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୫୩ ହଜାର ୮୭୨ ଜଣ ପ୍ରାଣ ହରାଇଥିଲେ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଉନ୍ନତ ଯାତାୟତ ପରିଚାଳନା ପ୍ରଣାଳୀ ବୁଝାମଣାର ଅଭିନ୍ନ ଅଙ୍ଗ। ନିକଟରେ ଏହି ପ୍ରଣାଳୀରେ ସଂଶୋଧନ ଅଣାଯାଇଛି। ଏହା ଦ୍ବାରା ଲୋକଙ୍କର ଜୀବନ ସୁରକ୍ଷିତ ରହିବ ଏବଂ ଦୁର୍ଘଟଣା ମଧ୍ୟ ହ୍ରାସ ପାଇବ। ଜାତୀୟ ରାଜପଥରେ ସ୍ମାର୍ଟ କ୍ୟାମେରା, ଜରୁରୀକାଳୀନ ଟେଲିଫୋନ ବକ୍ସ, ସିସିଟିଭି କ୍ୟାମେରା ଆଦି ଉନ୍ନତ ପ୍ରଣାଳୀକୁ ବ୍ୟବହାର କରାଯାଇପାରିବ। ସଡ଼କ ପରିବହନ ମନ୍ତ୍ରାଳୟ ଲୋକଙ୍କର ଜୀବନ ସୁରକ୍ଷା ପାଇଁ ଆହୁରି ଅନେକ କାମ ହାତକୁ ନେଇଛି। ଅନେକ ଗୁଡ଼ିକ ବିକାଶମୂଳକ କାମ ହାତକୁ ନିଆଯାଇଛି।
୨୦୨୦ରେ ଜାତୀୟ ରାଜପଥରେ ୧.୧୬ ଲକ୍ଷରୁ ଊର୍ଦ୍ଧ୍ବ ଦୁର୍ଘଟଣା, ୪୮ ହଜାର ମୃତ୍ୟୁ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ