ନୂଆଦିଲ୍ଲୀ, ଅଗଷ୍ଟ ୦୨ : ସେଣ୍ଟ କିଟ୍ସରେ ସୋମବାର ଖେଳାଯାଇଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ୨ୟ ଟି-୨୦ ମ୍ୟାଚ ରୋମାଂଚକର ହୋଇଛି । ଏହି ମ୍ୟାଚରେ ଭାରତ ପରାସ୍ତ ହୋଇଛି । ଘରୋଇ ଦଳ ଶେଷ ଓଭରରେ ଜିତିବା ପରେ ୫ ମ୍ୟାଚର ଶୃଙ୍ଖଳା ଏବେ ୧-୧ରେ ପହଞ୍ଚିଛି । ଟିମ୍ ଇଣ୍ଡିଆ ଏହି ମ୍ୟାଚରେ କେବଳ ୧୩୮ ରନ୍ ସଂଗ୍ରହ କରିପାରିଥିଲା । ଜବାବରେ ୱେଷ୍ଟଇଣ୍ଡିଜ୍ ଶେଷ ଓଭରରେ ମ୍ୟାଚକୁ ଜିତିଯାଇଥିଲା । ୱେଷ୍ଟଇଣ୍ଡିଜ ୧୯.୨ ଓଭରରେ ୫ଟି ୱିକେଟ ହରାଇ ସ୍କୋର ୧୪୧ ରନ୍ କରିଥିଲା ।ୱେଷ୍ଟଇଣ୍ଡିଜ୍କୁ ଶେଷ ଓଭରରେ ୧୦ ରନ୍ ଦରକାର ଥିଲା । ଭାରତ ପକ୍ଷରୁ ଆଭେସ ଖାନା ବୋଲିଂ କରୁଥିଲେ । ଆଭେସ ଖାନ ପ୍ରଥମ ବଲକୁ ନୋ ଦେଇଥିଲେ । ଏହା ପରେ ଫ୍ରି ହିଟ୍ ହେବାରୁ ୱେଷ୍ଟଇଣ୍ଡିଜର ବ୍ୟାଟର ଡେୱୋନ ଥୋମାସ ଛକା ମାରିଥିଲେ । ପରବର୍ତ୍ତୀ ବଲକୁ ସେ ଚୌକା ମାରିଥିଲେ ଏବଂ ଭାରତ ହାରି ଯାଇଥିଲା । ୱେଷ୍ଟଇଣ୍ଡିଜ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । ପାୱାରପ୍ଲେ ପର୍ଯ୍ୟନ୍ତ ସ୍କୋର ୪୬ ରନ୍ରେ ପହଞ୍ଚି ଥିଲା । ଟିମ୍ ଏକ ଭଲ ଲକ୍ଷ୍ୟ ନେଇ ଆଗକୁ ବଢୁଥିଲା । ମଧ୍ୟ କ୍ରମରେ ଭାରତର ବୋଲର ଭଲ ପ୍ରଦର୍ଶନ କରୁଥିଲେ । ୱେଷ୍ଟଇଣ୍ଡିଜ ଗୋଟିଏ ପରେ ଗୋଟିଏ ୱିକେଟ ହରାଉଥିଲା । କିନ୍ତୁ ଶେଷରେ ୱେଷ୍ଟଇଣ୍ଡିଜକୁ ମ୍ୟାଚକୁ ନିଜ ନାଁରେ କରିନେଇଥିଲା ।
୨ୟ ଟି-୨୦ରେ ଟିମ୍ ଇଣ୍ଡିଆ ପରାସ୍ତ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ