Headlines Odisha Tv

An Odia News Portal

୧୫ ଓ ୧୬ ନଂ ୱାର୍ଡରେ ଚ୍ୟାଉବାବୁଙ୍କୁ ବିପୁଳ ଜନସମର୍ଥନ

ବ୍ରହ୍ମପୁର:-ଗ୍ରୀଷ୍ମପ୍ରବାହ ଗୁଳଗୁଳି ସର୍ତ୍ତେ ସର୍ତ୍ତେ ବ୍ରହ୍ମପୁର ବିଧ୍ୟାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ସାହି ସାହି ପ୍ରଚାର କରୁଛନ୍ତି l ମହାନଗର ନିଗମର ୧୫ ଓ ୧୬ନମ୍ବର ୱାର୍ଡରେ ବୁଧବାର ମାରାଥନ ପ୍ରଚାର କରିଛନ୍ତି l ୧୫ନମ୍ବର ୱାର୍ଡ କର୍ପୋରେଟର ଆର୍. ପାୱ ନୀ ଓ ଅର୍ବାନ ବ୍ୟାଙ୍କ ସଭାପତି ଆର୍. ମୁରଲୀମୋହନଙ୍କ ନେତୃତ୍ୱରେ ୱାର୍ଡର ହଜାର ହଜାର ମହିଳା, ପୁରୁଷ, ଯୁବ, ଛାତ୍ର ଏକାଠି ହୋଇ ଚ୍ୟାଉ ବାବୁଙ୍କୁ ଖୋଲା ଜିପ୍‌ରେ ଘରେ ସାହି ପରିକ୍ରମା କରି ଘର ଘର ବୁଲି ଭୋଟ ଭିକ୍ଷା କରିବା ସହ ଲିଫ୍‌ଲେଟ୍ ବଣ୍ଟନ କରିଥିଲେ l ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ପାତ୍ର ଓ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ଯୋଡୀ ଶଙ୍ଖରେ
ବିଜୟୀ କରିବା ପାଇଁ ସାହିବାସିନ୍ଦାମାନେ ଶପଥ ନେଇଥିଲେ l ପ୍ରଚାରରେ ବରିଷ୍ଠ ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ତି ପାତ୍ର, ମେୟର ସଂଘମିତ୍ରା ଦଳେଇଙ୍କ ସମେତ ତୁଳସୀନଗର ଉନ୍ନୟନ ପରିଷଦ, ରାଧାକୃଷ୍ଣ ମନ୍ଦିର, ବଣିକ ସଂଘ କାର୍ଯ୍ୟକର୍ତ୍ତା ସହ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆର୍.ରବି, ଆର୍.କିରଣ, ମନୋଜ କୁମାର ସାହୁ, ତିରୁପତି ସୁବୁଦ୍ଧି, ଶ୍ରୀକାନ୍ତ ପାଣି ଗ୍ରାହୀ, ମନୋରଞ୍ଜନ ପଟ୍ଟନାୟକ, ସୁବାଷ ମହାରଣା, କାଳୀଚରଣ ତ୍ରିପାଠୀ, କେ. ସନ୍ତୋଷ ସୁବୁଦ୍ଧି, ସତ୍ୟ ପାତ୍ର, ସୁବାଷ ଚନ୍ଦ୍ର ପାତ୍ର, ମୁକୁନ୍ଦ ଗୌଡ, ଅଭିନ ସୁନ୍ଦର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l