ଭୁବନେଶ୍ୱର ୦୯।୦୩ : ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗବିତ୍ ପୂର୍ବାନୁମାନ କରିଛନ୍ତି । ସେହିପରି ଆସନ୍ତା ୪-୫ଦିନ ପର୍ଯ୍ୟନ୍ତ ରାତି କିମ୍ବା ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି ବୋଲି ପାଣିପାଗବିତ୍ ଆକଳନ କରିଛନ୍ତି । ଅପରପକ୍ଷେ, ମଙ୍ଗଳବାର ରାଜ୍ୟର ୧୪ଟି ସହରର ତାତି ୩୫ ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା । ଝାରସୁଗୁଡ଼ାରେ ୩୬.୮ଡିଗ୍ରୀ ସେଲସିୟସ୍ ସର୍ବୋଚ୍ଚ ତାପମାତ୍ରା ରହିଥିବା ବେଳେ ଭଦ୍ରକରେ ୩୬.୨ଡିଗ୍ରୀ ସେଲସିୟସ୍, ରାୟଗଡ଼ା, ବୌଦ୍ଧ ଓ ତାଳଚେରରେ ୩୬ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିଥିଲା । ତେବେ ସମ୍ବଲପୁର ଓ ଅନୁଗୁଳରେ ୩୫.୭ଡିଗ୍ରୀ ସେଲସିୟସ୍, ବଲାଙ୍ଗୀରରେ ୩୫.୫ଡିଗ୍ରୀ ସେଲସିୟସ୍, ଟିଟିଲାଗଡ଼ ଓ ସୋନପୁରରେ ୩୫.୨ଡିଗ୍ରୀ ସେଲସିୟସ୍, କଟକ, ବାରିପଦା ଓ ମାଲକାନଗିରିରେ ୩୫ଡିଗ୍ରୀ ସେଲସିୟସ୍ ସର୍ବୋଚ୍ଚ ତାପମାତ୍ରା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।
୧୩ ଯାଏ ଶୁଖିଲା ରହିବ ପାଗ

Summer heat on the thermometer
More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ