Headlines Odisha Tv

An Odia News Portal

୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ଯାତାୟତ ପ୍ରଭାବିତ

ସମ୍ବଲପୁର ୨୩।୧୧ : ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ। ନାଗରିକ କମିଟିର ଆହ୍ବାନ କ୍ରମେ ଏହି ବନ୍ଦ ପାଳନ କରାଯାଉଛି। ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି ଏବଂ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଏହି ବନ୍ଦ ପାଳନ କରାଯାଉଛି। ତେବେ ସକାଳ ୬ଟାରୁ ଆରମ୍ଭ ହୋଇଥିବା ବନ୍ଦପାଳନ ୧୨ ଘଣ୍ଟା ଧରି ଚାଲିବ। ଏହି ବନ୍ଦ ପାଳନକୁ ଜିଲ୍ଲା ଓକିଲ ସଂଘ ସମର୍ଥନ କରିଛି। ବନ୍ଦ ସମୟରେ ଗାଡି ଚଳାଚଳା ବନ୍ଦ ରହିବା ସହ ଦୋକାନ ବଜାର ବନ୍ଦ ରହିଛି। ତେବେ ପରୀକ୍ଷା ପାଇଁ ହେଉଥିବାଯାତାୟତ ଓ ଗାଡି ଚାଳନା ବନ୍ଦରୁ ବାଦ୍ ଦିଆଯାଇଛି।