Headlines Odisha Tv

An Odia News Portal

୧୦ବର୍ଷ ପରେ ପୁଅକୁ ଫେରି ପାଇ ଘରେ ଖୁସିର ମାହୋଲ୍

ବୌଦ୍ଧ ୧୦/୦୯ : ୧୦ ବର୍ଷ ହେଲା ନିଖୋଜ ରହିଥିଲା ପୁଅ। ଅନେକ ଖୋଜା ଖୋଜି ପରେ ପୁଅକୁ ପାଇନଥିଲେ। ଶେଷରେ ପୁଅ ମରିଯାଇଥିବ ଭାବି ଶୁଦ୍ଧିକ୍ରିୟା କରିବାକୁ ବନ୍ଧୁପରିଜନ ପରାମର୍ଶ ଦେଇଥିଲେ। ହେଲେ ଦଇବର ଗତି କିଛି ଅଲଗା ଥିଲା। ହଠାତ୍ ପୁଅ ଜୀବିତ ରହିଥିବା ନେଇ ଆସିଥିଲା ଖବର। ଏକଥା ଶୁଣିବା ପରେ ଖୁସିରେ ଆତ୍ମହରା ହୋଇ ପଡିଥିଲେ ପରିବାରର ଲୋକେ ।  ବୌଦ୍ଧର ଅନ୍ୟତମ ସ୍ବେଚ୍ଛାସେବୀ ଅନୁଷ୍ଠାନ ଉତ୍ସର୍ଗ ପକ୍ଷରୁ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା। ବିହାରର ମିଟୁ ପାଣ୍ଡେ ନାମକ ଯୁବକ। ୧୦ ବର୍ଷ ତଳେ ସାମାନ୍ୟ ମାନସିକ ବିକୃତି ସାଙ୍ଗକୁ ନିଶା ସେବନର କୁଅଭ୍ୟାସ ଫଳରେ ଘର ଛାଡି କୁଆଡେ ପଳାଇଥିଲେ । ଘର ଲୋକେ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ଖବର ପାଇପାରିନଥିଲେ । ଅନ୍ୟପଟେ ବୌଦ୍ଧରେ ମାନସିକ ବିକୃତି ଥିବା ଜଣେ ଯୁବକ ନିଶା ସେବନ କରି ଦିନସାରା ବଜାର ମଧ୍ୟରେ ପରିଭ୍ରମଣ କରୁଥିଲେ । ଏହାକୁ ଠାବ କରିଥିଲେ ଉତ୍ସର୍ଗର ଆବାହକ ସଂପଦ କୁମାର ଅଗ୍ରୱାଲା ଏବଂ ସଦସ୍ୟ ଲୋକନାଥ ଗୁପ୍ତା । ବହୁଦିନ ଧରି ନିଶାଗ୍ରସ୍ତ ଅବସ୍ଥାରେ ରହୁଥିବା ଯୁବକ ସହିତ କଥାବାର୍ତ୍ତା ହୋଇ ପରିବାର ସଂପର୍କରେ ସୂଚନା ହାସଲ କରିଥିଲେ ।