ନୂଆଦିଲ୍ଲୀ, ଡିସେମ୍ବର ୧୫ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ୟୁପିଏସ୍ସି ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ଜଣେ ଯୁବକ ଅଳଙ୍କାର ଶୋ’ରୁମ୍ରୁ ହୀରାମୁଦି ଚୋରି କରି ଧରାପଡ଼ିଛି। ଚୋରି କରୁଥିବାର ଦୃଶ୍ୟ ସିସିଟିଭି ମାଧ୍ୟମରେ ଜଣାପଡ଼ିବା ପରେ ଶୋ’ରୁମ୍ର କର୍ମଚାରୀମାନେ ସଂପୃକ୍ତ ଯୁବକଙ୍କୁ ଧରି ପୋଲିସ ନିକଟରେ ଜିମା ଦେଇଛନ୍ତି। କର୍ଣ୍ଣଟ ପେଲେସ ଅଞ୍ଚଳରେ ଏହି ଅଭାବନୀୟ ଅଘଟଣ ଘଟିଛି। ଅଭିଯୁକ୍ତ ହେଲା ପ୍ରବୀଣ ଓରଫ ପ୍ରିନ୍ସ (୨୭)। ହରିୟାଣାର ରୋହତକ ମୂଳ ନିବାସୀ ପ୍ରବୀଣ ପାଖରୁ ଚୋରି ହୋଇଥିବା ହୀରାମୁଦିକୁ ପୁଲିସ ଜବତ କରିଛି। ଅଭିଯୁକ୍ତ ମୁଖାର୍ଜୀନଗରରେ ରହି ୟୁପିଏସ୍ସି ପାଇଁ ନିଜକୁ ପ୍ରସ୍ତୁତ କରୁଥିଲା। ଡିସିପି ଦୀପକ ଯାଦବ କହିଛନ୍ତି, ଡିସେମ୍ବର ୧୩ ତାରିଖରେ ଏମ୍ ବ୍ଲକ କର୍ଣ୍ଣଟ ପେଲେସସ୍ଥିତ ଏକ ଅଳଙ୍କାର ଶୋ’ରୁମ୍ରେ ଅଭିଯୁକ୍ତର ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଏଥିରେ କୁହାଯାଇଥିଲା ଯେ, ହୀରାମୁଦି ଚୋରି କରି ଚୋର ଫେରାର ହୋଇଯାଉଥିଲା। କିନ୍ତୁ ସିସିଟିଭି ମାଧ୍ୟମରେ ଚୋରି ଘଟଣା ସଂପର୍କରେ ଜଣାପଡ଼ିବା ପରେ ଅଭିଯୁକ୍ତକୁ କର୍ମଚାରୀମାନେ ଧରିପକାଇଥିଲେ ଏବଂ ପୋଲିସ ନିକଟରେ ଜିମା ଦେଇଥିଲେ। ପୋଲିସ ନିକଟରୁ ମଧ୍ୟ ଅଭିଯୁକ୍ତ ଫେରାର ହେବାକୁ ଉଦ୍ୟମ କରୁଥିଲା। ପୁଲିସ ଅଭିଯୁକ୍ତକୁ ଗିରଫ କରି ଏକ ମାମଲା ରୁଜୁ କରିଛି।
ୟୁପିଏସ୍ସି ପାଇଁ ପ୍ରସ୍ତୁତ ହେଉଥିଲା ଯୁବକ; ଶୋ’ରୁମ୍ରୁ ହୀରାମୁଦି ଚୋରି କଲା, ଧରାପକାଇଲା ସିସିଟିଭି

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ