କିଭ୍ ୧୯/୦୪ : ଜାରି ରହିଛି ଋଷ୍ ୟୁକ୍ରେନ୍ ଯୁଦ୍ଧ। ପଛକୁ ହଟୁନାହାନ୍ତି ଋଷ୍ ସେନା। ମାଟିରେ ମିଶିଗଲାଣି ବଡ଼ ବଡ଼ ସହର। ଏସବୁ ଭିତରେ ରହିଛି କିଭ୍, ଲଭି, ଖାର୍କିଭ ଏବଂ ମରିୟୋପୋଲ ଭଳି ସହର। ଏହି ସବୁ ସହରରେ ଧ୍ଂଶଲୀଳା ରଚୁଛନ୍ତି ୟୁକ୍ରେନ୍ ବାସୀ। କିନ୍ତୁ ଏସବୁ ଭିତରେ ଏକ ଭଲ କଥା ୟୁକ୍ରେନବାସୀଙ୍କ ସାହାସ। ଅନେକ ପରିସ୍ଥିତିରେ ଦେଖିବାକୁ ମିଳିଛି ସେମାନଙ୍କ ମନୋବଳ ଓ ସାହାସ। ଏବେ ପୁଣି ସେମିତି ଘଟଣା ଆସିଛି ସାମ୍ନାକୁ। ୟୁକ୍ରେନର ସବୁଠାରୁ ଧନୀ ବ୍ୟକ୍ତି ରିନୋତ ଅଖମେତବ୍। ଋଷ୍ ନିପାତ କରିଥିବା ସହର ମିରିୟୋପୋଲକୁ ପୁନଃ ନିର୍ମାଣ କରିବାକୁ ନେଇଛନ୍ତି ସଂକଳ୍ପ। ମରିୟୋପୋଲରେ ଏବେ ଦେଖା ଦେଇଛି ଖାଦ୍ୟର ଅଭାବ। ଆଉ ଏଥିପାଇଁ ହେଉଛି ଲୋକଙ୍କର ମୃତ୍ୟୁ। ଏମିତି ସ୍ଥିତିରେ ଅଖମେତବଙ୍କ ଏଭଳି ପଦକ୍ଷେପ ନିଶ୍ଚିତ ଭାବେ ମରିୟୋପୋଲବାସୀଙ୍କ ପାଇଁ ଆଶ୍ୱସ୍ତିକର। ମରିୟୋପୋଲ୍ ସହର ପ୍ରତି ଅଖମେତବଙ୍କ ରହିଛି ଦୁର୍ବଳତା। ଯେଉଁଥିପାଇଁ ସେ ଏହି ସହର ସେ ପୁଣି ସ୍ଥାପନ କରିବାକୁ ଚିନ୍ତା କରିଛନ୍ତି। ଏହି ସହରରେ ତାଙ୍କର ରହିଛି ଷ୍ଟିଲ୍ ର ଦୁଇଟି ବଡ଼ ବଡ଼ କମ୍ପାନୀ। ତାଙ୍କର ସେହି କମ୍ପାନୀ ଦୁନିଆର ବଡ଼ ବଡ଼ କମ୍ପାନୀକୁ ଦେଇଥାଏ ଟକ୍କର। ରୟଟର୍ସ ରିପୋରି୍ଟ ଅନୁସାରେ, ଅଖମେତୋଭ୍ କୁହନ୍ତି, ମରିୟୋପୋଲ୍ ଧ୍ୱଂଶର ତାଣ୍ଡବ ହୋଇଥିଲେ ବି ତାର ହିରୋଇଜିମ୍ ସୃଷ୍ଟି କରିଛି ଉଦାହରଣ। ମୋ ପାଇଁ ମରିୟୋପୋଲ୍ ୟୁକ୍ରେନ ସହରରେ ଆଗକୁ ବି ରହିବ। ଭରସା ଅଛି ୟୁକ୍ରେନର ସାହାସୀ ସୈନିକ ମରିୟୋପଲକୁ ବଞ୍ଚେଇଦେବେ।‘
ୟୁକ୍ରେନର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଶପଥ, ମରିଅପୋଲ ସହର ପୁଣି କରିବେ ସ୍ଥାପନ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ