ମୁମ୍ଵାଇ ୦୩।୧୧: ମନୋରଞ୍ଜନ ଜଗତରୁ ଆଉ ଏକ ଦୁଃଖଦ ଖବର ଆସିଛି। ଲୋକପ୍ରିୟ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି। ନିକଟରେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡି ଯିବାରୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଡାକ୍ତରଙ୍କ ପୁରା ଟିମ୍ ତାଙ୍କ ଅବସ୍ଥା ଗୁରୁତର ବୋଲି କହିଛନ୍ତି। ତାଙ୍କୁ ଏବେ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏଣ୍ଡ୍ରିଲା ଶର୍ମାଙ୍କୁ ହାୱଡାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ହଠାତ୍ ହୃଦଘାତ ହୋଇଥିଲା, ଯାହା ପରେ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧି ହୋଇ ରହିଥିଲା । ଏଭଳି ପରିସ୍ଥିତିରେ ଅଭିନେତ୍ରୀଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ଡାକ୍ତରମାନେ ଅଭିନେତ୍ରୀଙ୍କୁ ଭେଣ୍ଟିଲେଟରରେ ରଖିଛନ୍ତି। ରିପୋର୍ଟ ଅନୁଯାୟୀ କୁହାଯାଉଛି କି ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି। କର୍କଟ ଭଳି ମାରାତ୍ମକ ରୋଗ ସହିତ ଏଣ୍ଡ୍ରିଲା ଶର୍ମା ଦୁଇଥର ହରାଇଥିଲେ। ଅଭିନେତ୍ରୀ ତାଙ୍କର ଗୁରୁତର ଅସ୍ତ୍ରୋପଚାର ଶେଷ କରିଥିଲେ। ସେହି ସମୟ ମଧ୍ୟରେକିନ୍ତୁ ଅଭିନେତ୍ରୀଙ୍କ ସ୍ଵାସ୍ଥ୍ୟକୁ ନେଇ ପରିବାର ଲୋକେ ବି ଅତ୍ୟନ୍ତ ଦୁଃଖିତ।
ହୃଦ୍ଘାତରୁ ବିଗିଡିଲା ଅଭିନେତ୍ରୀ ଏଣ୍ଡ୍ରିଲାଙ୍କ ସ୍ଵାସ୍ଥ୍ୟ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ