ବୌଦ୍ଧ ୧୬।୨: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ହାତୀପାଲି ଗାଁରେ ଲାଗି ରହିଛି ନିର୍ବାଚନୀ ହିଂସା । ଗାଁର ଗୋବିନ୍ଦ ମହାପାତ୍ରଙ୍କ ଘରକୁ ଆକ୍ରମଣ ହୋଇଥିବା ସୂଚନା । ଘର କବାଟ ଓ ଆଜବେଷ୍ଟ ଭାଙ୍ଗିଲେ ଦୁର୍ବୃତ୍ତ । ଯଦି ଭୋଟ୍ ଦେବାକୁ ଯିବେ, ଜୀବନରୁ ମାରିଦେବାକୁ ଦେଲେ ଧମକ । ବୁଧବାର ସକାଳ ୭ଟା ବେଳେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଗାଁର ବିଶ୍ବାମ୍ବର ପାତ୍ର ଓ ଅନ୍ୟ ୩ ଜଣ ଏହି ଆକ୍ରମଣ କରିଥିବା ଗୋବିନ୍ଦ ମହାପାତ୍ର ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ମୋବାଇଲ ଟିମ୍ ପହଞ୍ଚି ଘଟଣାର ଅଧିକ ଛାନଭିନ କରୁଛି ।
ହାତୀପାଲି ଗାଁରେ ନିର୍ବାଚନୀ ହିଂସା, ଭୋଟ୍ ଦେବାକୁ ଗଲେ ହତ୍ୟା ଧମକ ଦେଇଛନ୍ତି ଦୁର୍ବୃତ୍ତ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ