କଟକ ୦୪।୦୪ : ହାଇକୋର୍ଟ ଗଲା ଗାଙ୍ଗପୁର ଥାନା ଆଇଆଇସି ମୃତ୍ୟୁ ମାମଲା ।ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର ହୋଇଛି । ଏହାସହିତ ମୃତ ଦେବ କୁମାର ଗମାଙ୍ଗଙ୍କ ପରିବାରକୁ କ୍ଷତିପୂରଣ ପାଇଁ ଦାବି ହୋଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ରୁଜୁ ହୋଇଛି ଜନସ୍ବାର୍ଥ ମାମଲା । ସେହିପରି ମାମଲାରେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ପକ୍ଷଭୁକ୍ତ କରାଯାଇଛି । ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ମାମଲା ରୁଜୁ କରିଛନ୍ତି । ଉକ୍ତ ମାମଲାରେ ଗୃହ ସଚିବ, କେନ୍ଦ୍ର ସରକାର, ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଗୃହ ବିଭାଗ ଓଡିଶା, ପୋଲିସ ମହା ନିର୍ଦ୍ଦେଶକ ( DGP POLICE ) ଓଡିଶା, ଆରକ୍ଷୀ ଅଧିକ୍ଷକ ଗଞ୍ଜାମ, ଶ୍ରୀ ଶୁଭ୍ରାଂଶୁ ଶେଖର ମିଶ୍ର ସିଡିପିଓ ଭଞ୍ଜନଗର ଏବଂ ଶ୍ରୀ ଦିନେଶ କୁମାର ଦାଶ ଆଇଆଇସି ଭଞ୍ଜନଗରଙ୍କୁ ପକ୍ଷଭୁକ୍ତ କରାଯାଇଛି ।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା