Headlines Odisha Tv

An Odia News Portal

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ  ଡାଇରିଆ ଅଣାୟତ : ୮ ମୃତ ୭୧ ଆକ୍ରାନ୍ତ

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଡାଇରିଆ ଅଣାୟତ : ୮ ମୃତ ୭୧ ଆକ୍ରାନ୍ତ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀ ର ଲୋଇସିଂହା ବ୍ଲକ ଏବଂ ପୁଇଁନ୍ତଳା ବ୍ଲକ ରେ ଅଣାୟତ ଡାଇରିଆ । ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତୁ ଘଟିଥିବା ବେଳେ ୭୧ ଜଣ ଆକ୍ରାନ୍ତ ହୋବିଥିବା ଜଣା ପଡ଼ିଛି । ପୁଇଁନ୍ତଳା ବ୍ଲକ ଲଖପାଲି ଗାଁରେ ଡାଇରିଆ ଆକ୍ରାନ୍ତ ରେ ୨ ଜଣଙ୍କ ମୃତୁ ଘଟିଥିବା ବେଳେ ଆକ୍ରାନ୍ତ ମାନେ ସୁସ୍ଥ ଥିବା ଜଣା ପଡ଼ିଛି । କିନ୍ତି ପୁଇଁନ୍ତଳା ବ୍ଲକ ର କୁରୂଲ ଗ୍ରାମରେ ଡାଇରିଆ ରେ ଚାରିଜଣ ଙ୍କ ମୃତୁ ଘଟିଥିବା ବେଳେ ୫୪ ଜଣ ଏବେବି ଆକ୍ରାନ୍ତ ଅଛନ୍ତି । ଏହି ଗ୍ରାମରେ ଡାକ୍ତରୀ ଦଳ ଡେରା ପକେଇ ଲୋକଙ୍କୁ ଚିକିତ୍ସା କରୁଛନ୍ତି । ସମାନ ଭାବରେ ଲୋଇସିଂହା ବ୍ଲକ ଅନ୍ତର୍ଗତ କନ୍ଦାଜୁରୀ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ମଙ୍ଗଳବାର ଗ୍ରାମର ଜଣେ ମହିଳାଙ୍କ ସମେତ ୩ ଜଣ ଝାଡ଼ାବାନ୍ତି ରେ ଆକ୍ରାନ୍ତ ହୋଇଥିଲେ । ସେଥିରୁ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ ରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କ ମୃତୁ ହୋଇଛି । ଗତ ଦୁଇ ସପ୍ତାହ ମଧ୍ୟରେ ଏହି ଗ୍ରାମରେ ୨ ଜଣଙ୍କ ମୃତୁ ଘଟିଥିବା ବେଳେ ୧୭ ଜଣ ଆକ୍ରାନ୍ତ ଅଛନ୍ତି । ଏହି ଗ୍ରାମ ମାନଙ୍କୁ ଡାକ୍ତରୀ ଦଳ ଡେରା ପକାଇଥିବା ବେଲେ ସ୍ଥିତି ଉପରେ କଡା ନଜର ରଖାଯାଇଛି ଏବଂ ସଂକ୍ରମଣର କାରଣ ଖୋଜା ଚାଲିଥିବା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ କହିଛନ୍ତି । ଅପର ପକ୍ଷରେ ୮ ଜଣଙ୍କ ମୃତୁପାରେ ଜନସ୍ୱାସ୍ଥ୍ୟ ବିଭାଗ ର ଚେତା ପସିଛି । ବ୍ୟାକ୍ଟ୍ରିରିଆ କୀଟ ସାହାଯ୍ୟରେ ନଳକୂପ ଓ ପିଏଚଡି ପାଣି ପରୀକ୍ଷା କରାଯାଇଛି । ପାଣିର କଣ ସମସ୍ୟା ରହିଛି ନା ନାହିଁ ଏହା ଗୁରୁବାର ଜଣାପଡିବ । ଝାଡ଼ାବାନ୍ତି ବ୍ୟାପିବାର କାରଣ ସ୍ପଷ୍ଟ ହୋଇନାହିଁ । ଆକ୍ରାନ୍ତ ଏବଂ ମୃତୁ ସଂଖ୍ୟା ବଢି ଚାଲିଥିବାରୁ ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି । ଏ ଘଟଣା ଉପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ ହସ୍ତକ୍ଷେପ କରି ଅଧିକ ଡାକ୍ତରୀ ଦଳ ଗ୍ରାମ ମାନଙ୍କୁ ଯୋଗେଇ ଶୀଘ୍ର ଚିକିତ୍ସା କରିବାକୁ ଅଞ୍ଚଳ ର ଲୋକେ ଅନୁରୋଧ କରିଛନ୍ତି ।