ଜଗତସିଂହପୁର ୦୧।୧୧ : ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ବିଶ୍ଵନାଥ ଦାସଙ୍କ ଦେହାନ୍ତ । ୧୦୬ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଦେହାନ୍ତ ହୋଇଛି। ୧୭ ଜୁନ୍ ୧୯୧୭ ମସିହାରେ ଜଗତସିଂହପୁର ଜିଲ୍ଲା ଭଗବାନ ସିଣ୍ଢଳ ଗାଁରେ ପିତା ଘନଶ୍ୟାମ ଦାସ ଓ ମାତା ବେଲ ଦେଇଙ୍କ କୋଳ ମଣ୍ଡନ କରିଥିଲେ ବିଶ୍ଵନାଥ । ପରେ ସେ ମହାତ୍ମା ଗାନ୍ଧୀଙ୍କ ଡ଼ାକରାରେ ଅନୁପ୍ରାଣିତ ହୋଇ ୧୬ ବର୍ଷ ବୟସରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଅନେକ ଥର କାରାବରଣ କରିଥିଲେ ବିଶ୍ଵନାଥ । ଦୁଇ ଦୁଇ ଥର ଭାରତର ରାଷ୍ଟ୍ରପତିଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହେବା ସହ ଅନେକ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ହୋଇଥିଲେ ବିଶ୍ଵନାଥ ।
ସ୍ୱାଧୀନତା ସଂଗ୍ରାମୀ ବିଶ୍ଵନାଥ ଦାସଙ୍କ ପରଲୋକ, ୧୦୬ ବର୍ଷରେ ଆଖିବୁଜିଲେ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ