କଳାହାଣ୍ଡ,ଅଗଷ୍ଟ ୨୫ : ସ୍ତ୍ରୀ ଜୁଇରେ ନିଜକୁ ଝାସ ଦେଲେ ସ୍ୱାମୀ । ଗତକାଲି ସନ୍ଧ୍ୟାରେ କଳାହାଣ୍ଡି ଜିଲ୍ଲାର କେଗାଁ ଥାନା ସିଆଲଯୋଡି ଗାଁରୁ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ମୁତାବକ ନୀଳମଣି ଶବର ନାମକ ବ୍ୟକ୍ତିଙ୍କ ସ୍ତ୍ରୀ ରଇବାରି ଶବରଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ଗାଁର କିଛି ଲୋକେ ଯାଇ ଅନ୍ତିମ ସଂସ୍କାର ସାରି ଫେରି ଆସିଥିଲେ । ସ୍ତ୍ରୀର ମୃତ୍ୟୁ ପରେ ମାନସିକ ଭାରସାମ୍ୟ ହରାଇ ସ୍ତ୍ରୀର ଜୁଇରେ ପସି ନିଜ ଜୀବନ ହାରିଛନ୍ତି । ଜୁଇ ନିଆଁର ତେଜ ଏତେ ପ୍ରଖର ଥିଲା ଯେ ନୀଳମଣିଙ୍କୁ ବଞ୍ଚାଇବା ସମ୍ଭବ ହୋଇ ନଥିଲା । ଏହି ଅଭାବନୀୟ ଘଟଣା ପରେ ସ୍ଥନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସଂମ୍ପ୍ରତି ନୀଳମଣି ଜଣେ ୱାର୍ଡମେମ୍ବର ଥିଲେ ଏବଂ ସେ ପୁର୍ବରୁ ତାଙ୍କ ପଞ୍ଚାୟତର ସମିତି ସଭ୍ୟ ରହିସାରିଛନ୍ତି
More Stories
ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ
ବହୁ ଚର୍ଚ୍ଚିତ ନଦୀରୁ ଇନ୍ଦୁପୁର ନଦୀ ପୋଲ୍ହ ରୁ ପେଲି ମାରିଦେବା ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ନିକିରାଇ ପୋଲିସ l