ନୂଆଦିଲ୍ଲୀ ୧୬।୦୬: ନିକଟରେ କେନ୍ଦ୍ର ସରକାରଙ୍କ ତରଫରୁ ଅଗ୍ନିପଥ ଯୋଜନା ଘୋଷଣା କରାଯାଇଛି। ଏହା ଅଧୀନରେ ଦେଶର ବର୍ତ୍ତମାନ ଯୁବପିଢିମାନେ ୪ ବର୍ଷ ପର୍ଯ୍ୟନ୍ତ ସଶସ୍ତ୍ର ବାହିନୀରେ ଭର୍ତ୍ତି ହୋଇପାରିବେ। ସେପଟେ ମୋଦି ସରକାରଙ୍କ ଏହି ଯୋଜନା ଉପରେ ଭାରତୀୟ ଜନତା ଦଳର ନେତା ତଥା ଅଭିନେତା ରବି କିଷାନ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଯାହାକୁ ନେଇ ରବି କିଶନ କହିଛନ୍ତି କି ତାଙ୍କ ଝିଅ ଇଶିତା ଶୁକ୍ଲା ମଧ୍ୟ ଏହି ଅଗ୍ନିପଥ ଯୋଜନାର ଏକ ଅଂଶ ହୋଇ ସେନାରେ ଯୋଗଦେବାକୁ ଚାହୁଁଛନ୍ତି। ବାସ୍ତବରେ ମଙ୍ଗଳବାର ଅର୍ଥାତ୍ ୧୪ ତାରିଖ ଦିନ ମୋଦୀ ସରକାର ଅଗ୍ନିପଥ ଯୋଜନା ବିଷୟରେ ଘୋଷଣା କରିଥିଲେ । ଏହି ଅନୁଯାୟୀ ଦେଶର ଯୁବକମାନେ ସୀମିତ ସମୟ ପାଇଁ ସେନାରେ ଯୋଗଦେବାର ସୁଯୋଗ ପାଇବେ। ପରେ ଏହି ଯୋଜନା ବିଷୟରେ ଆଲୋଚନା ଆରମ୍ଭ ହୋଇଥିଲା । ଏହି ସମୟରେ ଅଭିନେତା ରବି କିଶନ ତାଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ କରି ତାଙ୍କ ଝିଅର ଇଚ୍ଛା ବିଷୟରେ ପ୍ରକାଶ କରି କହିଛନ୍ତି।
ସେନାରେ ସାମିଲ୍ ହେବାକୁ ଚାହୁଁଛନ୍ତି ରବି କିଷନଙ୍କ ଝିଅ, ଫଟୋ ସେୟାର କଲେ ଅଭିନେତା…

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଆଜିଠାରୁ ଦୁଗ୍ଧ ଦର ଲିଟର୍ପିଛା ୩ ଟଙ୍କା ବୃଦ୍ଧି କଲା ‘ଅମୂଲ’