ନୂଆଦିଲ୍ଲୀ, ୦୧|୦୯: ଭାରତ ଏସିଆ କପର ସୁପର ୪ରେ ପ୍ରବେଶ କରିଛି । ବୁଧବାର ଦଳ ହଂକଂକୁ ୪୦ ରନରେ ପରାସ୍ତ କରିଥିଲା । ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ଦ୍ୱିତୀୟରେ ହଂକଂକୁ ହରାଇବା ପରେ ଦଳ ସୁପର ଫୋରରେ ଏଣ୍ଟ୍ରି କରିଛି । ତେବେ ରବିବାର ପାକିସ୍ତାନ ସହ ଭାରତ ପୁଣି ମ୍ୟାଚ୍ ଖେଳିବ । ହଂକଂ ବିପକ୍ଷ ମୁକାବିଲାରେ ଭାରତ ବିଜୟର ହିରୋ ଥିଲେ ସୂର୍ଯ୍ୟକୁମାର ଯାଦବ । ସେ ମାତ୍ର ୨୬ ବଲରୁ ୬୪ ରନ୍ କରିଥିଲେ । ସେ ୬ ଛକା ଓ ୬ ଚଉକା ଲଗାଇଥିଲେ । ଶେଷ ଓଭରରେ ହିଁ ସେ ୪ ଛକା ଲଗାଇଥିଲେ । ସୂର୍ଯ୍ୟଙ୍କୁ ସାଥ୍ ଦେଇଥିଲେ ଷ୍ଟାର୍ ବ୍ୟାଟର ବିରାଟ କୋହଲି । ଉଭୟ ମିଶି ତୃତୀୟ ଓ୍ୱିକେଟ୍ ଯୋଡିରେ ୯୮ ରନ୍ କରିଥିଲେ । ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ ଦେଖି କୋହଲି ଖୁବ୍ ପ୍ରଭାବିତ ହୋଇଥିଲେ । ଭାରତୀୟ ପାଳି ସରିବା ପରେ ସୂର୍ଯ୍ୟ ପ୍ୟାଭିଲିୟନ ଫେରୁଥିବା ବେଳେ କୋହଲିଙ୍କ ରିଆକ୍ସନ ସମସ୍ତଙ୍କୁ ପସନ୍ଦ ଆସିଛି । କିଙ୍ଗ୍ କୋହଲି ସୂର୍ଯ୍ୟଙ୍କୁ ମୁଣ୍ଡ ନୁଆଇଁ ସୂର୍ଯ୍ୟଙ୍କୁ ଅଭିବାଦନ ଜଣାଇଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ସୂର୍ଯ୍ୟଙ୍କ ବ୍ୟାଟିଂ ଦେଖି ଖୁସି ହୋଇଗଲେ କୋହଲି

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ