ବାଲେଶ୍ୱର : ନିମୋନିଆରେ ପୀଡ଼ିତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ହେଲେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଆଜି ସକାଳେ ସାଂସଦ ଷଡଙ୍ଗୀ ଭୁବନେଶ୍ୱର ଅଭିମୁଖେ ବାହାରିଥିବା ବେଳେ ତାଙ୍କ ସହ ଏକ ଡାକ୍ତରୀ ଟିମ୍ ବି ଯାଇଛନ୍ତି। ପ୍ରାୟ ସପ୍ତାହେ ହେବ ଥଣ୍ଡାରେ ପୀଡ଼ିତ ସାଂସଦ ଅସୁସ୍ଥତା ଅନୁଭବ କରୁଥିବାରୁ ବାଲେଶ୍ୱର ଜିଲ୍ଲା ମେଡିକାଲରେ ତାଙ୍କର ବିଭିନ୍ନ ଟେଷ୍ଟ କରାଯିବା ସହ ଚିକିତ୍ସା କରାଯାଉଥିଲା। ମାତ୍ର ଗତ ରବିବାର ଅତ୍ୟଧିକ ଜ୍ୱର ହେବାରୁ ସାଂସଦ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ଯାଇଥିବା ବେଳେ ସେଠାରେ ପରୀକ୍ଷା ପରେ ତାଙ୍କର ନିମୋନିଆ ହୋଇଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା। ଗତକାଲି ସାଂସଦଙ୍କ ଅବସ୍ଥାରେ ସୁଧାର ଆସିବାରୁ ତାଙ୍କ ସାଧାରଣ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଅଧିକ ଚିକିତ୍ସା ନିମନ୍ତେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲ ପକ୍ଷରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଆଜି ସକାଳେ ଏକ ୪ ଜଣିଆ ଡାକ୍ତରୀ ଟିମ୍ ସହ ବାଲେଶ୍ୱରରୁ ଏକ ଆମ୍ବୁଲାନ୍ସ ଯୋଗେ ସାଂସଦ ଭୁବନେଶ୍ୱର ଅଭିମୁଖେ ଯାଇଛନ୍ତି। ତେବେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୁସ୍ଥ ଅନୁଭବ କରୁଥିବା କହିଛନ୍ତି ସାଂସଦ। ଏଥିସହ ଖୁବ୍ ଶୀଘ୍ର ଫେରି ଆସିବେ ବୋଲି ବି କହିଛନ୍ତି।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା