ଫୁଲବାଣୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁଡ୍ରା ପଞ୍ଚାୟତର ସିନ୍ଧି ଜଙ୍ଗଲରେ ପୁଲିସ-ନକ୍ସଲ ଗୁଳି ବିନିମୟରେ ଜଣେ ମହିଳା ନକ୍ସଲଙ୍କ ମୃତ୍ୟୁ ହୋଇଛି। ଜଙ୍ଗଲରୁ ଏକ ନକ୍ସଲ କ୍ୟାମ୍ପ ଠାବ ହୋଇଥିବା ବେଳେ ବହୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ସିନ୍ଧି ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଚାଲିଥିବା ନେଇଁ ଜିଲ୍ଲା ପୁଲିସକୁ ସୂଚନା ମିଳିଥିଲା । ଏହାପରେ କନ୍ଧମାଳ ଏସ୍ପି ବିନୀତ ଅଗ୍ରଓ୍ୱାଲଙ୍କ ନିର୍ଦେଶ କ୍ରମେ ଗତକାଲି ଏସସଓଜି ଯବାନ ଜଙ୍ଗଲରେ କୁମ୍ବିଂ ଅପେରସନ ଆରମ୍ଭ କରିଥିଲେ । ଏଥିରେ ଡିଭିଏଫ୍ ଓ ଓଡ଼ିଶା ପୁଲିସ୍ ବି ସାମିଲ ହୋଇଥିଲେ। ଦୀର୍ଘ ସମୟ ସର୍ଚ୍ଚ ଅପରେସନ ଚାଲିବା ପରେ ପ୍ରାୟ ସନ୍ଧ୍ୟା ବେଳେ ପୁଲିସ-ନକ୍ସଲ ମୁହାଁମୁହିଁ ହୋଇଥିଲା। ଏପରିକି ଉଭୟ ପକ୍ଷଙ୍କ ମଧ୍ୟରେ ଦୀର୍ଘ ସମୟ ଗୁଳି ବିନିମୟ ଚାଲିଥିବା ଏଥିରେ ଜଣେ ମହିଳା ନକ୍ସଲଙ୍କ ମୃତ୍ୟୁ ହୋଇଥିବା ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି । ମୃତ ମହିଳା ନକ୍ସଲଙ୍କ ନିକଟରୁ ଏକ ଦେଶୀ ପିସ୍ତଲ ଜବତ ହୋଇଛି । ମହିଳା ନକ୍ସଲଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ପରିଚୟ ସ୍ପଷ୍ଟ ହୋଇ ପାରିନାହିଁ। ପରିଚୟ ମିଳିଲେ ପରିବାର ଲୋକଙ୍କୁ ସମ୍ପର୍କ କରି ମୃତଦେହ ହସ୍ତାନ୍ତର କରାଯିବ ବୋଲି ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି। ପୁଲିସ୍ର ସର୍ଚ୍ଚ ଅପରେସନ ଯୋଗୁ ଜଙ୍ଗଲରୁ ପ୍ରାୟ ୨୦ ନକ୍ସଲ ଖସି ପଳାଇବାରେ ସକ୍ଷମ ହୋଇଥିବା ଜଣାଯାଇଛି। ଏହି ସଂଘର୍ଷ ବେଳେ କୌଣସି ସୁରକ୍ଷା କର୍ମୀ ଆହତ ହୋଇ ନ ଥିବା ଜଣାଯାଇଛି।
ସିନ୍ଧି ଜଙ୍ଗଲରେ କମ୍ବିଂ ଅପରେସନ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ