ଭୁବନେଶ୍ୱର: ଆଜି ରସଗୋଲା ଦିବସ । ସାରା ରାଜ୍ୟରେ ପାଳିତ ହେଉଛି ‘ରସଗୋଲା ଦିବସ’ । ପ୍ରତିବର୍ଷ ନୀଳାଦ୍ରି ବିଜେ ତିଥିରେ ପାଳନ କରାଯାଇଥାଏ ‘ରସଗୋଲା ଦିବସ’ । ମା ଲକ୍ଷ୍ମୀଙ୍କ ମାନ ଭଞ୍ଜନ ପାଇଁ ପ୍ରଭୁ ଶ୍ରୀଜଗନ୍ନାଥ ରସଗୋଲା ପ୍ରଦାନ କରିବେ । ଏହି ପରମ୍ପରା ବହୁ କାଳରୁ ଜଗନ୍ନାଥ ସଂସ୍କୃତିରେ ପରିଚାଳିତ ହୋଇ ଆସୁଛି । ରଥଯାତ୍ରାରେ ମା’ଲକ୍ଷ୍ମୀଙ୍କୁ ସାଙ୍ଗରେ ନନେଇ ପ୍ରଭୁ ଜଗନ୍ନାଥ, ଭାଇ ଓ ଭଉଣୀଙ୍କ ସହ ଗୁଣ୍ଡିଚା ମନ୍ଦିରକୁ ଏକାକି ଚାଲିଯାଇଥିଲେ । ଯାହାକୁ ନେଇ ମା’ ଲକ୍ଷ୍ମୀ କାଳିଆ ଠାକୁରଙ୍କ ଉପରେ ଅଭିମାନ କରିଥା’ନ୍ତି । ପରେ ନିଜର ନବ ଦିନାତ୍ମକ ଲୀଳାଖେଳା ସାରି ପ୍ରଭୁ ଘର ବାହୁଡିବା ପରେ ଏହି ତିଥିରେ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ଲାଗି ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ରସଗୋଲା ଅର୍ପଣ କରାଯାଇଥାଏ ।
ସାରା ରାଜ୍ୟ ଆଜି ପାଳୁଛି ରସଗୋଲା ଦିବସ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ