ମୁମ୍ବାଇ ୦୮।୦୯: ବଲିଉଡ୍ର ସିଙ୍ଘମ୍ ଅଜୟ ଦେବଗନ । ତାଙ୍କ ବଡ ପରଦାରେ ଦେଖିବା ପାଇଁ ପ୍ରଶଂସକମାନେ ଅପେକ୍ଷା କରି ରହିଛନ୍ତି। ବର୍ତ୍ତମାନ ତାଙ୍କ ପାଇଁ ଏକ ଖୁସି ଖବର ଅଛି । କାହିଁକି ନା ଅଜୟ , ସିଦ୍ଧାର୍ଥ ଏବଂ ରକୁଲ ପ୍ରୀତ ଏକାଠି ନଜର ଆସିବେ। ଅଜୟ ଗୁରୁବାର ଅର୍ଥାତ୍ ଆଜି ଫିଲ୍ମର ଫାଷ୍ଟ ଲୁକ୍ ପୋଷ୍ଟର ସହିତ ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଜଣାଶୁଣା ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ଦ୍ଵାରା ନିର୍ଦ୍ଦେଶିତ ‘ଥାଙ୍କ୍ ଗଡ୍’ ଏକ ରୋମାଣ୍ଟିକ କମେଡି ଡ୍ରାମା । ଏନେଇ ସେ ତାଙ୍କ ଇନଷ୍ଟାଗ୍ରାମ୍ରେ ପୋଷ୍ଟର ସେୟାର କରି କ୍ୟାପସନ୍ରେ ଲେଖିଛନ୍ତି- ଏହି ପୋଷ୍ଟର ସହିତ ସେ ଲେଖିଛନ୍ତି -ଏହି ଦିୱାଲୀ ଆପଣ ଏବଂ ଆପଣଙ୍କ ପରିବାର ଚିତ୍ରଗୁପ୍ତ ଖେଳ ଖେଳିବାକୁ ଆସୁଛନ୍ତି । ଚଳଚ୍ଚିତ୍ରଟି ୨୫ ଅକ୍ଟୋବରରେ ରିଲିଜ୍ ହେବ। ଆସନ୍ତା କାଲି ଟ୍ରେଲର ଆସିବ। ଅଜୟ ଏହି ଚଳଚ୍ଚିତ୍ରରେ ଚିତ୍ରଗୁପ୍ତଙ୍କ ଚରିତ୍ରରେ ଅଭିନୟ କରିବେ, ଯିଏ ପୁରାଣ ଅନୁଯାୟୀ ପ୍ରତ୍ୟେକ ମନୁଷ୍ୟର ଜୀବନର ହିସାବ ରଖନ୍ତି ।
ସାମ୍ନାକୁ ଆସିଲା ‘Thank God’ର ଫାଷ୍ଟ ଲୁକ୍, ଏହି ଦିନ ହେବ ରିଲିଜ୍

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ