ନୂଆଦିଲ୍ଲୀ, ୧୭|୦୫: ବାରଣାସୀର ଜ୍ଞାନବାପୀ ମସଜିଦରେ ଚାଲିଥିବା ସର୍ଭେ କାମ ଶେଷ ହୋଇଛି । ସର୍ଭେର ଶେଷ ଦିନରେ ମସଜିଦରୁ ଏକ ଶିବ ଲିଙ୍ଗ ମିଳିଥିବା ହିନ୍ଦୁ ପକ୍ଷ ଦାବି କରୁଛନ୍ତି । ଏହାପରେ କୋର୍ଟ ମଧ୍ୟ ସଂପୃକ୍ତ ସ୍ଥାନକୁ ସିଲ୍ କରିବା ସହ ସାଧାରଣ ଚଳପ୍ରଚଳ ଉପରେ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଏହାସହ ଏଠାରେ ମାତ୍ର ୨୦ଜଣଙ୍କୁ ନମାଜ ପାଇଁ ଅନୁମତି ମିଳିଛି । ଏସବୁ ଘଟଣା ମଧ୍ୟରେ ଏବେ ମସଜିଦରୁ ମିଳିଥିବା ଶିବଲିଙ୍ଗର ଫଟୋ ସାମ୍ନାକୁ ଆସିଛି । ଏକ ଜାତୀୟ ଗଣମାଧ୍ୟମ ଫଟୋ ଜାରି କରିଛି । ଫଟୋରେ ଏକ କୂଅ ମଧ୍ୟରେ ଶିବଲିଙ୍ଗ ଥିବା ଦେଖିବାକୁ ମିଳିଛି । ସର୍ଭେ ପାଇଁ ଆସିଥିଲା ଟିମ୍ କୂଅରେ ଭିଡିଓଗ୍ରାଫୀ କରିବା ପାଇଁ ଓ୍ୱାଟରପ୍ରୁଫ୍ କ୍ୟାମେରା ପକାଇଥିଲେ । ବିଭିନ୍ନ ସ୍ଥାନର ଭିଡିଓଗ୍ରାଫି ହୋଇଥିଲା । ସବୁ ପ୍ରମାଣ ମଙ୍ଗଳବାର କୋର୍ଟରେ ପ୍ରଦାନ କରାଯିବ । ହିନ୍ଦୁ ପକ୍ଷର ଓକିଲ ମହନ ମୋହନ ଯାଦବଙ୍କ କହିବାନୁସାରେ, କୂଅରେ ୧୨ ଫୁଟ ୮ ଇଞ୍ଚର ଏକ ଶିବଲିଙ୍ଗ ରହିଛି । ନନ୍ଦୀ ମୂର୍ତ୍ତି ସମ୍ମୁଖରେ ଶିବଲିଙ୍ଗ ରହିଛି । ପାଣି ବାହାର କରିବା ପରେ ଏହା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା । ଶିବଲିଙ୍ଗ ମିଳିବା ପରେ ଉପସ୍ଥିତ ଲୋକେ ହରହର ମହାଦେବ ନାରା ଦେଇଥିଲେ ।ତେବେ ମୁସଲିମ ପକ୍ଷ ଶିବଲିଙ୍ଗ ମିଳିଥିବା ଦାବିକୁ ଖାରଜ କରିଛି । ଏହି ସବୁ ବିବାଦ ମଧ୍ୟରେ ମାମଲା ସୁପ୍ରିମକୋର୍ଟରେ ପହଁଚିଛି । ଯାହା ଉପରେ ମଙ୍ଗଳବାର ଶୁଣାଣି ହେବ ।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା