Headlines Odisha Tv

An Odia News Portal

ସାବାଡ଼ ହେଲେ ଅମାନିଆ

ଭୁବନେଶ୍ୱର : ଗତ ୨ ବର୍ଷରେ କମିଶନରେଟ ପୁଲିସ୍‌ ଅମାନିଆଙ୍କଠାରୁ ଆଦାୟ କରିଛି ୫୦ କୋଟି। କଟକଣା ନ ମାନିବା ଏବଂ ଟ୍ରାଫିକ୍ ଉଲଂଘନ କରିବା ଅଭିଯୋଗରେ କମିଶନରେଟ୍ ପୋଲିସ ଏହି ଟଙ୍କା ଆଦାୟ କରିଛି । କେବଳ ଭୁବନେଶ୍ୱରରୁ ୪୫ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ କଟକବାସୀ ତଣ୍ଡ ଗଣିଛନ୍ତି ୫ କୋଟି ଟଙ୍କା ।

ସୋମବାର ବିଧାନସଭାରେ ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନର ଉତ୍ତର ଦେଇ ଏହି  ତଥ୍ୟ ରଖିଥିଲେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ  ଦିବ୍ୟଶଙ୍କର ମିଶ୍ର । ଭୁବନେଶ୍ୱରରୁ ୨୦୨୦ ମସିହାରେ ଟ୍ରାଫିକ୍ ନିୟମ ଉଲଂଘନ ବାବଦକୁ ସାଢେ ୧୩ କୋଟି, ବିନା ହେଲମେଟ୍ ବାବଦକୁ ସାଢେ ୮ କୋଟି, ବିନା ସିଟ୍ ବେଲ୍ଟ ପାଇଁ ୬୫ ଲକ୍ଷ ଓ ମାସ୍କ ପିନ୍ଧି ନ ଥିବା ଲୋକଙ୍କଠୁ ୮ ଲକ୍ଷରୁ ଅଧିକ ଟଙ୍କା ପୋଲିସ ଆଦାୟ କରିଛି । ସେହିଭଳି ୨୦୨୧ରେ ମଧ୍ୟ କମିଶନରେଟ୍ ପୁଲିସ୍‌  ଟ୍ରାଫିକ୍ ନିୟମ ଓ କରୋନା କଟକଣା ଉଲଂଘନ ବାବଦରେ କୋଟି କୋଟି ଟଙ୍କା ଫାଇନ୍ ଆଦାୟ କରିଛି ।