ଆସିକା,ସେପ୍ଟେମ୍ବର 15 : ସାବତ ମା’ର ନିର୍ଯ୍ୟାତନରେ ଅତିଷ୍ଠ ହୋଇ ନିଜ ଜୀବନ ହାରିଲା ଝିଅ! ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ହୀରାଖଣ୍ଡି ଗାଁରୁ । ଯେଉଁଠି ଗାଁ ଲୋକମାନେ ଅଭିଯୋଗ କରିଛନ୍ତି ନିଜ ମା ଚାଲିଯିବା ପରେ ସାବତ ମା’ର ନିର୍ଯାତନାର ଶିକାର ହୋଇଛି ମୃତ ଯୁବତୀ । ଯାହାଙ୍କ ନାମ ଝରଣା ଦାସ ।କିନ୍ତୁ ଏହି ଘଟଣା ପଛରେ କଣ ରହିଛି ସତ୍ୟା ସତ୍ୟ ଏନେଇ ପୋଲିସ୍ ଅଧିକ ତଦନ୍ତ ଚଳାଇଛି ।
ସୁଚନା ଅନୁସାରେ ମୃତ ଯୁବତୀଙ୍କ ନିଜ ମା ୧୫ ବର୍ଷ ତଳେ ମୃତ୍ୟୁବରଣ କରିଥିବା ବେଳେ ଭାଇ ବାହାରେ ମୁଲ ଲାଗନ୍ତି ଏବଂ ବାପା ମଧ୍ୟ କେରଳରେ ରହି କାମ କରୁଥିଲେ ।
ଯାହାର ଫାଇଦା ଉଠାଇ ଝରଣାଙ୍କୁ ସାବତ ମା’ ବିଷ ଦେଇ ମାରି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ ସାବତ ମା’କୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।
More Stories
ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ
ବହୁ ଚର୍ଚ୍ଚିତ ନଦୀରୁ ଇନ୍ଦୁପୁର ନଦୀ ପୋଲ୍ହ ରୁ ପେଲି ମାରିଦେବା ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ନିକିରାଇ ପୋଲିସ l