ମାଲକାନଗିରି: ବିଷାକ୍ତ ସାପ କାମୁଡ଼ାରେ ୨ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି । ଏଭଳି ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଅର୍ନ୍ତଗତ ମାଟେରୁ ଗ୍ରାମରେ । ମୃତକ ଦ୍ୱୟ ହେଲେ ମାଟେରୁ ଗ୍ରାମର ଇରମା ମାଡ଼କାମିଙ୍କ ସ୍ତ୍ରୀ ଭୀମେ ମାଡ଼କାମୀ (୨୫) ଏବଂ ଭୀମେ ମାଡ଼କାମିଙ୍କ ଭାଇର ପୁଅ ଆକାଶ କୁରାମି(୧୨) । ରାତି ଶୋଇଥିବାବେଳେ ବିଳମ୍ବିତ ରାତିରେ ଭୀମେ ମାଡ଼କାମି ଏବଂ ଆକାଶ କୁରାମିକୁ ଏକ ବିଷଧର ସାପ କାମୁଡ଼ିଦେଇଥିଲା । ସେମାନଙ୍କୁ ତୁରନ୍ତ ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା