ମୁମ୍ବାଇ 13/08 : ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ଶୁକ୍ରବାର ଦିନ ବମ୍ବେ ହାଇକୋର୍ଟରେ ପାନଭେଲ ଫାର୍ମହାଉସର ପଡୋଶୀ କେତନ କକ୍କଡଙ୍କ ନାଁରେ କରିଛନ୍ତି ଏକ ବଡ଼ ଅଭିଯୋଗ। ସଲମାନ୍ କହିଛନ୍ତି ଯେ, ସୋସିଆଲ ମିଡିଆରେ କକ୍କଡଙ୍କ ଦ୍ୱାରା ଅପଲୋଡ୍ ହୋଇଥିବା ଭିଡିଓଗୁଡିକ କେବଳ ଅପମାନଜନକ ନୁହେଁ ଏବଂ ସର୍ବସାଧାରଣଙ୍କୁ ଉସୁକେଇବା ପରି ତଥା ସାମ୍ପ୍ରଦାୟିକ ଉତ୍ତେଜନାମୂଳକ। ଜଷ୍ଟିସ ସି.ଭି ଭଦଙ୍ଗଙ୍କ ଏକ ଖଣ୍ଡ ପୀଠରେ ସଲମାନ ଖାନଙ୍କ ଆବେଦନ ଶୁଣାଣି କରିଛନ୍ତି। ମାର୍ଚ୍ଚ 2022 ରେ ସିଭିଲ କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି କକ୍କଡଙ୍କ ବିରୋଧରେ ମାନହାନି ମୋକଦ୍ଦମା ଦାୟର କରିଛନ୍ତି ସଲମାନ୍। ପାନଭେଲ ଫାର୍ମହାଉସରେ ହୋଇଥିବା କାର୍ଯ୍ୟକଳାପ ସମ୍ପର୍କରେ ପଡୋଶୀ କେତନ କକ୍କଡ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ୍ କରିଥିଲେ। ଏହି ଭିଡିଓ ବିରୋଧରେ ସଲମାନ ଖାନଙ୍କ ଦ୍ୱାରା ଏକ ମାମଲା ଦାୟର କରାଯାଇଥିଲା।
ସଲମାନ୍ ଖାନ୍ କୋର୍ଟକୁ କାହିଁକି କହିଛନ୍ତି ଯେ, ତାଙ୍କ ପଡ଼ୋଶୀଙ୍କ ଭିଡିଓ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ