ରାୟଗଡ଼ା ୨୯/୧୦: ରାୟଗଡ଼ା ସହରର କପିଳାସ ରୋଡରେ ଥିବା ଏକ ହାର୍ଡୱେର ଦୋକାନରେ ଅଗ୍ନିକାଣ୍ଡ ଘଟି କୋଟିଏ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି । ଗତକାଲି ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ବିଳମ୍ବିତ ରାତିରେ ନିଆଁ ଲାଗିବା କାରଣରୁ ଆୟତକୁ ଆଣିବା ବିଳମ୍ବ ହୋଇଥିଲା । ଫଳରେ ହାର୍ଡୱେର ଦୋକାନ ସମେତ ଅନ୍ୟ ଦୋକାନ ଗୁଡ଼ିକୁ ମଧ୍ୟ ବ୍ୟାପି ଯାଇଥିଲା ନିଆଁ । ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ । ସକାଳ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଜାରି ରହିଛି । ହାର୍ଡୱେର ଦୋକାନରେ ବିଭିନ୍ନ ପ୍ଲାଷ୍ଟିକ ପାଇପ ସମେତ ଅନ୍ୟାନ୍ୟ ଗୃହ ନିର୍ମାଣ ସାମଗ୍ରୀ ରହିଥିଲା । ସେହି ଦୋକାନ ନିକଟରେ ଏକ ଔଷଧ ଦୋକାନ ସମେତ ଅନ୍ୟ କିଛି ଦୋକାନ ରହିଛି । ସେହି ସମସ୍ତ ଦୋକାନ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଛି । ଦୁଇଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ କରିଛନ୍ତି.
ସର୍ଟସର୍କିଟରୁ ଅଗ୍ନିକାଣ୍ଡ, ହାର୍ଡୱେର ଦୋକାନ ପୋଡି ପାଉଁଶ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ