ଭୁବନେଶ୍ୱର ୧୭।୦୨ : ରାଜ୍ୟରେ କରୋନା ସ୍ଥିତି ଏବେ ଧୀରେ ଧୀରେ କମିବାର ଲାଗିଛି । ତେବେ ଏଭଳି ସ୍ଥିତିରେ ରାଜ୍ୟରେ କରୋନାର ୩ୟ ଲହର ପ୍ରକୋପ କମିଛି ନା ବଢିଛି । ସେ ସଂପର୍କରେ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ମତରେ, ଲହର କେବେ ସରେ ନାହିଁ । ଥରେ ମହାମାରୀ ହେଲେ , କିଛିଦିନ ବଢ଼େ, ଆଉ କିଛିଦିନ କମେ । ତାପରେ ଧୀରେ ଧୀରେ କମେ । ଆମେ ଏବେ ଧୀରେ ଧୀରେ କମିବା ଷ୍ଟେଜରେ ଅଛନ୍ତି । ଖୁବ୍ ଶୀଘ୍ର ରାଜ୍ୟରେ କରୋନା ସଂକ୍ରମଣ କମିବ । ଆମକୁ ଅଧିକ ସଚେତନ ହେବାକୁ ପଡିବ । ସେହିପରି ରାଜ୍ୟରେ କୋମରବିଡ଼ ରୋଗୀଙ୍କ କ୍ଷେତ୍ରରେ ଅଧିକ ମୃତ୍ୟୁ ହେଉଛି । ଯାହା ଏବେ ମୋଟ ମୃତ୍ୟୁର ପ୍ରାୟ ୬୦ ଭାଗ ରହିଛି । ନିର୍ଦ୍ଦିଷ୍ଟ ସଂଖ୍ୟକ ଲୋକଙ୍କୁ ନେଇ ପଞ୍ଚାୟତ ନିର୍ବାଚନ ପ୍ରଚାର ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯଦି ତାହାକୁ ନ ମାନିବା, ତାହେଲେ ସଂକ୍ରମଣ ପୁଣି ବଢ଼ିପାରେ । ତାହା ଆଗକୁ ଜଣାପଡ଼ିବ ।
ସରିଗଲାଣି କି ତୃତୀୟ ଲହରର ପ୍ରକୋପ ?

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ