ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ
କୁନ୍ଦୁରା : ୨୫/୧୧ ( ହେ.ଓ.) ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ଗିରଫ ହେଲେ କୁନ୍ଦୁରା ବନ ବିଭାଗ ଅନ୍ତର୍ଗତ ବାଗଦେରି ବିଟ ଅଞ୍ଚଳର ବାନପାଳ ରମେଶ ଚନ୍ଦ୍ର ଭତ୍ରା ଓ ଡଙ୍ଗରା ପାଲ୍ଲୀ ଗାଁ ସାଥୀ ମହେନ୍ଦ୍ର ଖରା । ଦୁହିଁଙ୍କୁ ଗିରଫ କରିଛି ଜୟପୁର ଭିଜିଲାନ୍ସ ବିଭାଗ । ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା ଅଧିନସ୍ଥ କୁନ୍ଦୁରା ବନାଞ୍ଚଳ ଅନ୍ତର୍ଗତ ବାଗଦେରି ବିଟ ଅଞ୍ଚଳର ବାନପାଳ ରମେଶ ଚନ୍ଦ୍ର ଭତ୍ରା ଓ ଡଙ୍ଗରା ପାଲ୍ଲୀ ଗ୍ରାମର ଗାଁ ସାଥୀ ମହେନ୍ଦ୍ର ଖରା ଦୁହେଁ ମିଶି ସରକାରଙ୍କ ପକ୍ଷରୁ ଆସିଥିବା ପ୍ରାୟ ୧୦ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ସରକାରୀ କାର୍ଯ୍ୟ ପାଇଁ ଆସିଥିବା ପ୍ରାୟ ୧୦ ଲକ୍ଷ ଟଙ୍କା ହେରଫେର କରିଥିବା ନେଇ ତଦନ୍ତ ଆରମ୍ଭ କରିଥିଲା ଭିଜିଲାନ୍ସ ବିଭାଗ । ଏହି ଘଟଣାର ଅଭିଯୋଗକୁ ଭିତ୍ତି କରି ଆଜି ଜୟପୁର ଭିଜିଲାନ୍ସ ବିଭାଗୀୟ ଅଧିକାରୀ ବାଗଦେରୀ ବିଟ ବନପାଳ ରମେଶ ଚନ୍ଦ୍ର ଭତ୍ରା ଓ ଗାଁ ସାଥି ମହେନ୍ଦ୍ର ଖରାଙ୍କୁ ଗିରଫ କରିଥିବା ଜଣା ପଡ଼ିଛି । ତେବେ ଏ ସମ୍ପର୍କରେ ବନପାଳ ଓ ଗାଁ ସାଥୀ ଙ୍କୁ ଅଧିକ ପଚରା ଉଚାରା କରିବା ସହ ଘଟଣାକୁ ନେଇ ଏକ ମାମଲା ରୁଜୁ କରି ବନପାଳ ରମେଶ ଚନ୍ଦ୍ର ଭତ୍ରା ଓ ଗାଁ ସାଥୀ ମହେନ୍ଦ୍ର ଖରାଙ୍କୁ କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଜାରି ରଖିଥିବା ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ରହିଛି।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା