ପୁରୀ ୧୬।୦୪ : ସମୁଦ୍ରରେ ଗାଧୋଇବା ବେଳେ ନିଖୋଜ ହେଲେ ଯୁବକ। ନିଖୋଜ ଯୁବକ ଜଣକ ହେଲେ ବାଲେଶ୍ଵର ଜିଲ୍ଲା ସିଙ୍ଗିଳା ଥାନା ଅଞ୍ଚଳର ବଂଶୀଧର ବେହେରା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଲାଇଫ ଗାର୍ଡଙ୍କ ପହଞ୍ଚି ଖୋଜାଖୋଜି ଆରମ୍ଭ ହୋଇଛି। ଖବର ଅନୁଯାୟୀ, ଶନିବାର ଦିନ ସମୁଦ୍ର କୂଳ ସେକ୍ଟର ୯ରେ ବଂଶୀଧର ଗାଧୋଉଥିବା ବେଳେ ଗଭୀର ସମୁଦ୍ର ଭିତରକୁ ପଶିଯାଇଥିଲେ। ନିକଟରେ ଥିବା ଲୋକେ ତୁରନ୍ତ ଅଗ୍ନିଶମ ବାହିନୀ ଓ ଲାଇଫ ଗାର୍ଡଙ୍କୁ ଖବର ଦେଇଥିଲେ । ଏହାପରେ ତୁରନ୍ତ ଖୋଜାଖୋଜି ଆରମ୍ଭ ହୋଇଥିଲା । ହେଲେ ଏବେ ଯାଏଁ ବଂଶୀଧରଙ୍କର କୌଣସି ପତ୍ତାମିଳିନାହିଁ ।
ସମୁଦ୍ରରେ ବୁଡି ପର୍ଯ୍ୟଟକ ନିଖୋଜ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ