Headlines Odisha Tv

An Odia News Portal

ସତ ଓଗାଳିବେ ଲେଡି ବ୍ଲାକମେଲରଙ୍କ ସ୍ୱାମୀ

ଭୁବନେଶ୍ୱର ୨୧/୧୦: ଭୁବନେଶ୍ୱର ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ୍‌ ଗିରଫ ମାମଲା । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ୍‌ଙ୍କୁ ଉଠାଇନେଇ ଜେରା କରୁଛି ପୋଲିସ । ସକାଳୁ ସକାଳୁ କମିଶନରେଟ୍ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଉଠାଇ ଆଣିଛି ଥାନାକୁ । ଏହା ପୂର୍ବରୁ ମଧ୍ୟ ଥରେ ଜଗବନ୍ଧୁଙ୍କୁ ପୋଲିସ ପଚରା ଉଚରା ପରେ ଛାଡି ଦେଇଥିଲେ । ଅଣ୍ଡରଟେକିଂ ଲେଖି ପୋଲିସ ଜଗବନ୍ଧୁଙ୍କୁ ଛାଡିଥିଲେ । ସୂଚନା ଥାଉକି, ଅର୍ଚ୍ଚନା ନାଗ୍‌, ଖଗେଶ୍ୱର ଓ ଜଗବନ୍ଧୁଙ୍କ ନାଁରେ ଏତଲା ଦେଇଥିଲେ ଜଣେ ପୀଡିତା । ଲେଡି ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ୍ ଲୋକଙ୍କୁ ବିଭିନ୍ନ ଆଳରେ ଲୋକଙ୍କୁ ବ୍ଲାକମେଲିଂ କରି ଭୁବନେଶ୍ୱରେ ରହି ଅୟସ କରୁଥିଲା । ନେତା ମନ୍ତ୍ରୀ ଟଙ୍କାରେ ଦାମୀ ଗାଡି, ପୁଳା ପୁଳା ଟଙ୍କାରେ ରାଜପ୍ରାସାଦ ଭଳି ବଙ୍ଗଳା କରି ରାଜଧାନୀରେ ବିଳାସ ପୂର୍ଣ୍ଣ ଜୀବନ କାଟୁଥିଲା ଅର୍ଚ୍ଚନା । ସିନେ ପ୍ରଯୋଜକଙ୍କୁ ବ୍ଲାକମେଲ କରି କୋଟି କୋଟି ଟଙ୍କା କମାଉଥିଲେ । ତେବେ ଅର୍ଚ୍ଚନା ନାଗ୍ ଗିରଫ ହେବା ପରଠୁ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । ପୋଲିସ ପଞ୍ଝାକୁ ଆସିବା ପରେ ଚାଲିଛି ତନାଘନା । ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବଡ ପୋଲିସ ଅଧିକାରୀ ବି ତାଙ୍କ ମାୟାଜାଲରେ ପଡିଥିଲେ । ଏବେ ଜଗବନ୍ଧୁଙ୍କୁ ଜେରା ପରେ କାହା ପାଳି ପଡିବ ତୋ ଉପରେ ରହିଛି ସମସ୍ତଙ୍କ ନଜର ।