ଆଠଗଡ଼ ୧୫।୦୬: ଆଠଗଡ଼ରେ ପୁଣି ଦୁଇଟି ଦାନ୍ତହାତୀର ଅସ୍ଥି କଙ୍କାଳ ଠାବ । ଏଥର ଏସଟିଏଫ୍ କି କ୍ରାଇମବ୍ରାଞ୍ଚ ନୁହେଁ , ବରଂ ଖୋଦ୍ ବନ ବିଭାଗ ଠାବ କରିଛି । ଏନେଇ ଆଠଗଡ଼ ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି । ଖବର ଅନୁଯାୟୀ, ଆଠଗଡ଼ ବନଖଣ୍ଡ ବଡମ୍ବା ବନାଞ୍ଚଳ ଜାନିପଦର ଫରେଷ୍ଟ ବିଟ୍ ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲ ହାଡୁଆ ପ୍ରକଳ୍ପ ନିକଟରୁ ଦୁଇଟି ଦନ୍ତାହାତୀର ଅସ୍ଥି କଙ୍କାଳକୁ ଜବତ କରିଛି ବନ ବିଭାଗ । ଅସ୍ଥି କଙ୍କାଳ ମଧ୍ୟରେ ହାତୀ ଦୁଇଟିର ଦାନ୍ତ ନଥିବା ସୂଚନା ଦେଇଛନ୍ତି ଆଠଗଡ଼ ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଯାଦବ । ତେବେ ଗତ ଦିନ ମଧ୍ୟରେ ଆଠଗଡ଼ରେ ହାତୀ ଶିକାର ବଢିଚାଲିଛି । ଯାହାକି ଏକ ଚିନ୍ତାର ବିଷୟ । କିଛି ଦିନ ତଳେ ଏକ ଦନ୍ତାକୁ ଶିକାରୀମାନେ ଗୁଳିମାଡ଼ କରିଥିଲେ । ଯାହାଫଳରେ ସେ ଏକାଧିକ ଦିନ ଜଙ୍ଗଲରେ ଗୁରୁତର ଭାବେ ପଡିରହିଥିଲେ । ବନବିଭାଗର ଅକ୍ଲାନ୍ତ ପରିଶ୍ରମ ପରେ ବି ହାତୀଟିର ଜୀବନ ବଞ୍ଚିପାରିନଥିଲେ । ଶେଷରେ ମଙ୍ଗଳବାର ଦିନ ଦନ୍ତାହାତୀଟିର ମୃତ୍ୟୁ ହୋଇଛି । ଆଉ ଏବେ ୨ଟି ଦନ୍ତାହାତୀର ଅସ୍ଥି କଙ୍କାଳ ଠାବ ହୋଇଛି ।
ସଙ୍କଟରେ ଗଜରାଜ, ଆଠଗଡ଼ରୁ ପୁଣି ୨ଟି ଦନ୍ତାର ଅସ୍ଥି କଙ୍କାଳ ଠାବ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ