ବାଙ୍କୀ : କରୋନାର ଦ୍ବିତୀୟ ଲହର ସହରଠାରୁ ଗାଁ ପର୍ଯ୍ୟନ୍ତ ବ୍ୟାପକ ହେବାରେ ଲାଗିଛି । ଦୈନିକ ସଂକ୍ରମଣ କମୁଥିଲେ ସୁଦ୍ଧା ଗାଁମାନଙ୍କରେ ସଂକ୍ରମଣ କମୁଥିବା ଜଣାପଡୁନି। ବାଙ୍କୀରେ ପ୍ରଶାସନ ସଂକ୍ରମିତ ଚିହ୍ନଟ ହେବାରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। ବାଙ୍କୀ ବ୍ଲକ କଦଳୀବାଡି ଗ୍ରାମ ପଞ୍ଚାୟତର ୩ ନମ୍ବର ୱାର୍ଡ ପାଟଣାସାହିରେ ଦୁଇଟି ପରିବାରରୁ ୫ରୁ ଉର୍ଦ୍ଧ୍ୱ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗାଁକୁ ଯିବାଆସିବା ନିଷେଧ କରାଯାଇଛି । ପ୍ରଶାସନର ନିର୍ଦ୍ଦେଶରେ ସ୍ଥାନୀୟ ସରପଞ୍ଚ ୭ ଦିନ ପାଇଁ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ।
ସଂକ୍ରମଣ କମୁଥିଲେ ବି ଗାଁ କଣ୍ଟେନମେଣ୍ଟ ଜୋନ୍

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ