ପାଟଣା, ୨୨/୦୭: ଶ୍ରେଣୀଗୃହରେ ପାଠ ପଢ଼ାଇଲେ ବିଧାୟକ । କେନ୍ଦୁଝର ଜିଲ୍ଲା ପାଟଣା ବିଧାୟକ ଜଗନ୍ନାଥ ନାଏକ ସାହାରପଡ଼ା ବ୍ଳକ ଖୁଣ୍ଟାପଡ଼ା ଗ୍ରାମ ପଞ୍ଚାୟତ ଗୋଜିଟାଙ୍ଗିରି ଉଚ୍ଚ ବିଦ୍ୟାଳୟରେ ପାଠ ପଢାଇଛନ୍ତି । ସୂଚନାନୁସାରେ, ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ବିଧାୟକ ଗୋଜିଟାଙ୍ଗିରି ଉଚ୍ଚ ବିଦ୍ୟାଳୟ ଗସ୍ତ କରିଥିଲେ । ସେଠାରେ ସେ ସ୍କୁଲର ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଥିବା ଦେଖିବାକୁ ମିଳିଥିଲା । ବୃକ୍ଷରୋପଣ କାର୍ଯ୍ୟକ୍ରମ ଶେଷ ହେବା ପରେ, ଶ୍ରେଣୀଗୃହରେ ସେ ଛାତ୍ରଛାତ୍ରୀମାନଙ୍କର ସାଧାରଣ ଜ୍ଞାନ ପରଖିଥିଲେ । ବିଧାୟକଙ୍କ ପ୍ରଶ୍ନର ଉତ୍ତର କିଛି ଛାତ୍ରଛାତ୍ରୀ ଠିକ୍ ଲେଖିଥିଲେ । ତେବେ ଆଉ କିଛି ଭୁଲ୍ ଉତ୍ତର ଲେଖିଥିଲେ । ପିଲାଙ୍କର ବ୍ୟାକରଣଗତ ଅଶୁଦ୍ଧିକୁ ଉତ୍ତର ଖାତାରେ ବିଧାୟକ ଠିକ୍ କରୁଥିବା ମଧ୍ୟ ଦେଖାଯାଇଥିଲା ।
ଶ୍ରେଣୀଗୃହରେ ପାଠ ପଢାଇଲେ ବିଧାୟକ : ଛାତ୍ରଛାତ୍ରୀଙ୍କୁ ପଚାରିଲେ ସାଧାରଣ ଜ୍ଞାନ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ