ପୁରୀ ୧୮/୦୩ : ଆଜି ଦୋଳଉତ୍ସବ ଓ ସୁନାବେଶ ଦର୍ଶନ ପାଇଁ ଶ୍ରୀମନ୍ଦିର ଓ ସିଂହଦ୍ଵାରରେ ଭକ୍ତଙ୍କ ପ୍ରବଳ ଭିଡ ସମାଗମ ହୋଇଥିଲା। ହଜାର ହଜାର ଭକ୍ତ ଘଣ୍ଟା ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରି ରହିବା ପରେ ଭକ୍ତଙ୍କ ଧୈର୍ଯ୍ୟ ଚ୍ୟୂତି ଘଟି ପ୍ରବଳ ଠେଲା ପେଲା ହୋଇଥିଲେ। ଏପରିକି ଭକ୍ତ ମାନେ ସିଂହଦ୍ଵାର ସମ୍ମୁଖ ବ୍ୟାରିକେଡ଼ ଭାଙ୍ଗି ଶ୍ରୀମନ୍ଦିରକୁ ଧସେଇ ପଶିଥିଲେ। ସିଂହଦ୍ଵାର ସମ୍ମୁଖ ବ୍ୟାରିକେଡ଼ ଭାଙ୍ଗି ଭକ୍ତ ମାନେ ଧସେଇ ପଶିବା ବେଳେ ଅନେକ ଭକ୍ତ ତଳେ ପଡି ଆହତ ହୋଇଥିଲେ । ସେଠାରେ ଉପସ୍ଥିତ ଥିବା ମାତ୍ର ଦୁଇଜଣ ସୁରକ୍ଷାକର୍ମୀ ଏତେବଡ ଭିଡକୁ ଅଟକାଇ ପାରିନଥିଲେ । ଶତାଧିକ ଭକ୍ତ ବ୍ୟାରିକେଡ଼ ଭାଙ୍ଗି ଭିତରେ ପ୍ରବେଶ କରିବା ପରେ ପୋଲିସ ପକ୍ଷରୁ ପୁଣିଥରେ ବ୍ୟାରିକେଡ଼କୁ ବନ୍ଦ କରାଯାଇଥିଲା। ପ୍ରବଳ ଖରା ଓ ଭକ୍ତଙ୍କ ଭିଡ ଥିବାରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା