Headlines Odisha Tv

An Odia News Portal

ଶିମିଳିପାଳ ଅଭୟାରଣ୍ୟରୁ ବନ୍ଧାହେଲେ ଶିକାରୀ

ବାରିପଦା ୨୭/୧୦: ଶିମିଳିପାଳ ଅଭୟାରଣ୍ୟରୁ ବନ୍ଧାହେଲେ ଦୁର୍ଦ୍ଦାନ୍ତ ଶିକାରୀ ବାଇଗ ହୋ । ଶିମିଳିପାଳ ଅଭୟାରଣ୍ୟ ଜେନା ବିଲ ରେଞ୍ଜ ଚୌଧୁରୀଗଡ଼ ବିଟ ଅନ୍ତର୍ଗତ ଅନନ୍ତପୁର ଜଙ୍ଗଲରେ ବାଇଗ ହୋକୁ ବନବିଭାଗ କର୍ମଚାରୀ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ସହ ଗିରଫ କରିଛନ୍ତି । ତାଙ୍କଠାରୁ ୪ଟି ରଙ୍ଗର ବାରୁଦ ଏବଂ ୧୨୯୯ ଟି ଦେଶୀ ଗୁଳି ସହ ବନ୍ଧୁକ ଜବତ କରାଯାଇଛି । ବାଇଗ ସହ ଅନ୍ୟ ଶିକାରୀମାନେ ଘଟଣା ସ୍ଥଳରୁ ଚମ୍ପଟ ମାରୁଥିବା ସମୟରେ ବେଳେ ବନକର୍ମଚାରୀ ମାନେ ତାଙ୍କୁ ମାଡି ବସିଥିଲେ । ବାଇଗ ହୋ କୁ କାବୁ କରିଥିବା ବେଳେ ଅନ୍ୟ ଶିକାରୀ କୌଶଳ କ୍ରମେ ଚକମା ଦେଇ ଚମ୍ପଟ ମାରିଥିଲେ । ବାଇଗ କୁ ବୁଧୁବାର ଉଦଳା ଏସଡିଜିଏମ କୋର୍ଟରେ ହାଜର କରାଯାଇଛି । ପଚର ଉଚରା ବେଳେ ଶିକାର ଏବଂ ବନ୍ଧୁକ ସମ୍ବର୍ଦ୍ଧିତ ଅନେକ ତଥ୍ୟ ବନବିଭାଗକୁ ମିଳିଛି ।