ବାରିପଦା,ନଭେମ୍ବର 26 : ଆଜିଠାରୁ ଆରମ୍ଭ ହେଲା ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ପ୍ରକ୍ରିୟା । ୫୦୦ ରୁ ଅଧିକ କ୍ୟାମେରାରେ ଗଣନା କାର୍ଯ୍ୟ ଆରମ୍ଭ ନେଇ ବନବିଭାଗ ପକ୍ଷରୁ ସୁଚନା ମିଳିଛି । ତେଣୁ ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଛି।ଏହି ଗଣନା କାର୍ଯ୍ୟ ବେଳେ ନୁତନ କୌଶଳ ଅବଲମ୍ବନ କରାଯାଉଥିବା ସୁଚନା ମିଳିଛି । ଯାହା ଦ୍ୱାରା ଗଣନା କାର୍ଯ୍ୟ ଅତି ସହଜ ହେବ ଏବଂ ଖୁବ୍ କମ୍ ଦିନରେ ଏହା ଫଳାଫଳ ଜଣାପଡ଼ିବ । ଏସ.ଟି.ଆର. ପକ୍ଷରୁ ବିଭିନ୍ନ ପନ୍ଥା ଆପଣା ଯାଉଛି ।
ଦୁଇଟି ସ୍ୱତନ୍ତ୍ର ଆପ୍ ଯୋଗେ ତାଲିମପ୍ରାପ୍ତ ବନ କର୍ମଚାରୀ ଏହି ଗଣନା କରିବେ। ଡିସେମ୍ବର ୨ ତାରିଖ ପର୍ୟ୍ୟନ୍ତ ଏହି ଗଣନା ଜାରି ରହିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ୪ଟି ପର୍ଯ୍ୟାୟରେ ଏହି ଗଣନା ୭ଦିନ ଧରି ଚାଲିବ ।
More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ