ଉଦଳା ୨୨।୦୪ : ଶିମିଳିପାଳରେ ବେଧଡ଼କ ଚାଲିଛି ଶିକାର । ଶିକାରୀମାନେ ରୀତିମତ ଶିକାର ଚଳାଇଛି । ଯାହାର ଏକ ସାଂଘାତିକ ଚିତ୍ର ଏବେ ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣ ବି ବୁଝିଯିବେ ଶିମିଳିପାଳ କେତେ ସୁରକ୍ଷିତ ଏବଂ କେମିତି ଚାଲିଛି ଶିକାର । ଖବର ଅନୁଯାୟୀ, ଗୁରୁବାର ଡୁକୁରାରେ ଭବସା ଅଂଚଳରେ ପାଟ୍ରୋଲିଂ ଏବଂ ଜଙ୍ଗଲ ନିଆଁ ଲିଭା ତଦାରଖ ପାଇଁ ୬ଜଣ ବନ କର୍ମଚାରୀ ଯାଇଥିଲେ । ସେମାନଙ୍କ ମଧ୍ୟରେ ଜଣେ ସବୁଜ ବାହିନୀ କର୍ମଚାରୀ ସୁନାରାମ ସିଂ ମଧ୍ୟ ଥିଲେ । ପାଟ୍ରୋଲିଂ ବେଳେ ଶିକାରୀମାନେ ବନ ବିଭାଗ କର୍ମଚାରୀଙ୍କୁ ଦେଖିବା ମାତ୍ରେ ଆଖିବୁଜା ଗୁଳି ଚଳାଇଥିଲେ । ବନ କର୍ମଚାରୀଙ୍କ ଉପରକୁ ଆଖି ବୁଜା ଗୁଳି ଚଳାଇବା ଫଳରେ ସବୁଜ ବାହିନୀ କର୍ମଚାରୀ ସୁନାରାମଙ୍କ ଦୁଇ ଜଙ୍ଘରେ ୩ରୁ ଅଧିକ ଗୁଳି ବାଜିଥିଲା । ବନ କର୍ମଚାରୀଙ୍କ ଉପରକୁ ଗୁଳିମାଡ କରି ଘଟଣାସ୍ଥଳରୁ ୫ରୁ ଅଧିକ ଶିକାରୀ ଫେରାର ହୋଇଯାଇଛନ୍ତି । ସେପଟେ ଗୁଳି ମାଡରେ ଗୁରୁତର ହୋଇ ପଡି ରହିଥିଲେ ସୁନାରାମ । ଖବର ପାଇ ବନବିଭାଗ ଅଧିକାରୀ ଏବଂ କର୍ମଚାରୀ ତାଙ୍କୁ ଉଦ୍ଧାର କରିବାର ଚେଷ୍ଟା ଆରମ୍ଭ କରିଥିଲେ । ଭୋର ୫ଟାରେ ଆହତ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିଲା । ପୁରା ୧୨ ଘଣ୍ଟା ଲାଗିଥିବା କର୍ମଚାରୀଙ୍କୁ ଉଦ୍ଧାର କରିବା । ଶେଷରେ ଗୁରୁତର କର୍ମଚାରୀଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା