ଭୁବନେଶ୍ୱର, ଅକ୍ଟୋବର ୫ : ଶପଥ ନେଲେ ପିପିଲି ନୂଆ ବିଧାୟକ । ପିପିଲିର ନୂଆ ବିଧାୟକ ଭାବେ ରିଦ୍ର ମହାରଥୀ ଆଜି ଶପଥ ନେଇଛନ୍ତି । ବିଧାନସଭାରେ ତାଙ୍କୁ ଏହି ଶପଥ ପାଠ ସୂର୍ଯ୍ୟନାରାୟଣ ପାତ୍ର କରାଇଛନ୍ତି । ତେବେ ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପନିର୍ବାଚନ ହୋଇଥିଲା ।
ତେବେ ଗତ ସେପ୍ଟେମ୍ବରରେ ପିପିଲିର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିପରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ବିଜୟୀ ହୋଇଥିଲେ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ରୁଦ୍ର ମହାରଥୀ ପରାସ୍ତ କରିଥିଲେ । ପିପିଲି ଉପନିର୍ବାଚନରେ ରୁଦ୍ର ପ୍ରତାପ ମହାରଥୀ ୯୬ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୭୬ ହଜାରରୁ ଅଧିକ ଭୋଟ ପାଇଥିଲେ ।
ଅକ୍ଟୋବର ୩ ତାରିଖରେ ପିପିଲି ଉପନିର୍ବାଚନର ଫଳାଫଳ ଘୋଷଣା ହୋଇଥିଲା । ଏଥିରେ ରୁଦ୍ର ପ୍ରତାପ ମହାରଥୀ ବିଜୟୀ ହୋଇଥିଲେ । ଆଜି ବିଧାୟକ ଭାବେ ରୁଦ୍ର ମହାରଥୀ ଶପଥ ନେଇଛନ୍ତି । ବିଧାନସଭାରେ ଏହି ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରୁଦ୍ର ମହାରଥୀଙ୍କୁ ଶପଥ ପାଠ କରାଇଛନ୍ତି ।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା