ନୁଆଦିଲ୍ଲୀ, ଡିସେମ୍ବର ୨୮ : ଲୁଧିଆନା କୋର୍ଟ ପରିଷରରେ ଘଟିଥିବା ବୋମା ବିସ୍ପୋରଣର ମାଷ୍ଟର ମାଇଣ୍ଡକୁ ଜର୍ମାନୀରୁ ଗିରଫ କରାଯଅଇଛି । ଜର୍ମାନୀରେ ପୋଲିସ ଆତଙ୍କବାଦୀ ଜସବିନ୍ଦର ସିଂ ମଲ୍ଟାନୀଙ୍କୁ ଗିରଫ କରିଛି। ଜସବିନ୍ଦର ସିଂ ଲୁଧିଆନା କୋର୍ଟ ବିସ୍ଫୋରଣର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ତେବେ ଏକ ବଡ ଖୁଲାସାରୁ ଜଣା ପଡିିଛି ଯେ ଜସବିନ୍ଦର ସିଂ ମଧ୍ୟ ଦିଲ୍ଲୀ ଏବଂ ମୁମ୍ବାଇରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରିଥିଲେ। କୋର୍ଟ ବିସ୍ପୋରଣ ବିଷୟରେ ସୂଚନା ଦେବା ଯେ ଭାରତ ସରକାରଙ୍କ ଅନୁରୋଧ କ୍ରମେ ଜର୍ମାନ ପୋଲିସ ଜସବିନ୍ଦର ସିଂ ମଲ୍ଟାନୀଙ୍କୁ ଗିରଫ କରିଛି। ଜସବିନ୍ଦର ସିଂ ମଲ୍ଟାନି ‘ଶିଖ୍ ଫର ଜଷ୍ଟିସ୍’ (ଏସ୍ଏଫ୍ଜେ) ସହିତ ଜଡିତ । ଅଭିଯୋଗ ମୁତାବକ ସେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇର ନିର୍ଦ୍ଦେଶରେ କାମ କରୁଥିଲେ ଏବଂ ଦିଲ୍ଲୀ ଏବଂ ମୁମ୍ବାଇରେ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଜନା କରୁଥିଲେ। ଅଧିକାରୀଙ୍କ କହିବାନୁସାରେ, ୪୫ ବର୍ଷୀୟ ମୁଲତାନୀ ଏସଏସଜେ ପ୍ରତିଷ୍ଠାତା ଗୁରୁପାଟୱାଣ୍ଟ ସିଂ ପନ୍ନୁଙ୍କ ନିକଟତର ହୋଇ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପରେ ଜଡିତ ଅଛନ୍ତି। ଡିସେମ୍ବର ୨୩ ରେ ଲୁଧିଆନା କୋର୍ଟ କମ୍ପ୍ଲେକ୍ସର ଦ୍ୱିତୀୟ ମହଲାରେ ଥିବା ଶୌଚାଳୟରେ ଏକ ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ଆଇଇଡି ବିସ୍ଫୋରଣ କରାଯାଇଥିଲା ବୋଲି ସୂଚନା ମିଳିଛି । ସାଧାରଣତଃ ଆଇଇଡି ବିସ୍ଫୋରଣକୁ ଆତଙ୍କବାଦୀ ଆକ୍ରମଣ ଭାବରେ ବିବେଚନା କରାଯାଏ । ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏହି ଘଟଣାର ମେୃତ୍ୟୁ ବରଣ କରିଥିବା ବ୍ୟକ୍ତି ନିଜେ ବିସ୍ପୋରଣକାରୀ ବୋଲି ପୋଲିସ କହିଛି।
ଲୁଧିଆନା କୋର୍ଟ ବୋମା ବିସ୍ପୋରଣର ମାଷ୍ଟର ମାଇଣ୍ଡ ଜର୍ମାନୀରୁ ଗିରଫ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ