ଆଠମଲ୍ଲିକ୦୪/୦୪ : ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ସାନହୁଲା ସୋସାଇଟି ସମ୍ପାଦକ ପଦ୍ମଲୋଚନ ସାହୁ। ଆଠମଲ୍ଲିକ ସାନହୁଲା କୋପରେଟିଭି ସମ୍ପାଦକ ପଦ୍ମଲୋଚନ ସାହୁ ଜଣେ ଧାନ ଚାଷୀଙ୍କଠାରୁ ଧାନ କିଣା ବାବଦରେ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଚାଷୀ ଜଣକ କଟକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ସୋମବାର ସନ୍ଧ୍ୟାରେ ସମ୍ପାଦକ ପଦ୍ମଲୋଚନ ସାହୁଙ୍କ ଘରେ ଠାକୁରଗଡ଼ ଥାନା ମହୁଲନାଳିରେ ଭିଜିଲାନ୍ସ ଚଢ଼ଉ କରିଥିଲା । ତାଙ୍କ ନିକଟରୁ ଚାଷୀଙ୍କ ଧାନ କିଣା ବାବଦରେ ୪୦ ହଜାର ମିଳିଥିବା ସୁଚନା ମିଳିଛି । ଏନେଇ ମିଳିଥିବା କଟକ ଭିଜିଲାନ୍ସ କେସ ନମ୍ୱର ୟୁଏସ ୭ ପିସି ଆକ୍ଟ ୧୯୮୮ରେ ମାମଲା ରୁଜୁ ହେଇଛି। ପଦ୍ମଲୋଚନ ସାହୁ ପଟାପଥର ଛକରେ ବୁଲୁଥିବା ସମୟରେ ଅଚାନକ ଭିଜିଲାନ୍ସ ତାଙ୍କୁ ଉଠାଇନେଇ ଥିବାରୁ ଅଧିକ ତଥ୍ୟ ମିଳିପାରି ନାହିଁ ।
ଲାଞ୍ଚ ନେବା ଅଭିଯୋଗରେ ସୋସାଇଟି ସମ୍ପାଦକ ଗିରଫ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ