ମୁମ୍ବାଇ ୨୮/୦୬:ବଜାଜ ଅଟୋ ପଲସରର ଏକ ନୂଆ ଓ ଦମଦାର୍ ମଡେଲ ବଜାରରେ ଲଞ୍ଚ୍ କରିଛି । କମ୍ପାନୀ ଏହାର ନାଁ ଏନ-୧୬୦ ରଖିଛି । ଏହା କମ୍ପାନୀର ଆଉ ଏକ ନୂଆ ବାଇକ୍ ଏନ୨୫୦ର ଆଉ ଏକ ଏଡିସନ୍ । ଉଭୟର ଲୁକଠୁ ଆରମ୍ଭ କରି ଅନେକ କିଛି ଏକା ଭଳି ଅଟେ । ତେବେ ଏହି ବାଇକରେ ମୋବାଇଲ୍ ଚାର୍ଜିଂ ପାଇଁ ପୋର୍ଟ୍ ମଧ୍ୟ ରହିଛି । ବଜାଜ ପଲସର୍ ଏନ୧୬୦ ଓ ଏନ୨୫୦ ମଧ୍ୟରେ ଅନେକ କିଛି ସମାନ ରହିଛି । ଏଥିରେ ହ୍ୟାଣ୍ଡସ୍ୟାମ୍ପ୍ କଭର, ମସ୍କୁଲାର୍ ଫୁଏଲ୍ ଟ୍ୟାଙ୍କ୍ ଓ ଟ୍ୱିନ୍ ଏଲଇଡି ଟେଲଲାଇଟ୍ସ ଦିଆଯାଇଛି । ଏହାର ବେସ୍ ହ୍ୱିଲ୍ ୧୭ ଇଞ୍ଚର ଅଟେ । ଏନ୨୫୦ ଓ ଏଫ୍ ୨୫୦ ପରେ ଏହା କମ୍ପାନୀର ତୃତୀୟ ଭାରିଆଣ୍ଟ ଅଟେ । ଏନ୍୧୬୦ରେ ଏନ୍ ୨୫୦ ଭଳି ଟ୍ୟୁବଲେସ୍ ଫ୍ରେମ୍ ଚେସିସ୍ ରହିଛି । ଆଗରେ ଟେଲିସ୍କୋପିକ୍ ଫୋକ୍ସ୍ ଦିଆଯାଇଛି । ଏହା ଉଭୟ ସିଙ୍ଗଲ୍ ଓ ଡବଲ୍ ଚ୍ୟାନେଲ୍ ଏବିଏସରେ ଉପଲବ୍ଧ ଅଟେ ।
ଲଞ୍ଚ୍ ହେଲା ବଜାଜ ଏନ-୧୬୦ : ଷ୍ଟାଇଲ୍ ଦମଦାର୍, ଦାମ୍ ବି କମ୍

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ